35.1 C
Bhubaneswar
Wednesday, May 7, 2025
Homeଓଡିଶାଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେଡି

ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ବରକାନିରେ ପ୍ରସ୍ତାବିତ ନୂଆ ରେଳଲାଇନକୁ ବିରୋଧ ବେଳେ ଜେସିବି ମାଡ଼ିଯିବାରୁ ଆଦିବାସୀ ଯୁବକ ଇତୋଏକ୍କାଙ୍କ ମୃତ୍ୟୁକୁ ନେଇ ଆଜି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜୁଜନତା ଦଳର ପ୍ରତିନିଧି ମଣ୍ଡଳୀ । ଆଦିବାସୀ ଅଧିକାର ରଗଭୀର ଉଲ୍ଲଂଘନ ଓ ପ୍ରଶାସନିକ ଅବହେଳା ଯୋଗୁଁ ଏହି ମୃତ୍ୟୁ ଘଟିଛି ।ଚଳିତ ମାସ ୧୯ ତାରିଖରେ ବନ୍ଧମୁଣ୍ଡାବରକାନିରେ ରାଉରକେଲାଷ୍ଟିଲ୍ ପ୍ଲାଣ୍ଟ ପାଇଁ ସମ୍ପ୍ରସାରଣ ହେଉଥିବା ରେଳଲାଇନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀମାନେ ୨୨,୦୦୦ ଏକର ଜମି ରାଉରକେଲାଷ୍ଟିଲ୍ ପ୍ଲାଣ୍ଟକୁ ଦେଇଥିଲେ, ବଳକା ୬୦୦୦ ଏକର ଜମିଯାହା ଆଦିବାସୀମାନଙ୍କୁ ଫେରସ୍ତ ହେବାର ଥିଲା । ଆରଏସ୍‌ପିର ସମ୍ପ୍ରସାରଣ ହୋଇଥିବାରୁ ସେହିଜମିରେ ନୂଆ ରେଳଲାଇନ କରାଯାଉଛି, ଯାହାଫଳରେ ଆଦିବାସୀମାନେ ତାଙ୍କ ଜମି ଫେରିପାଇବା ବଦଳରେ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡୁଛି ।

ଏହାକୁ ବିରୋଧ କରି ଆଦିବାସୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବାବେଳେ୩୫ ବର୍ଷ ବୟସ ରଇତୋଏକ୍କା ନାମକ ଜଣେ ଆଦିବାସୀ ଯୁବକଙ୍କୁ ରାଉରକେଲାଷ୍ଟିଲ ପ୍ଲାଣ୍ଟର ଅଧିକାରୀ ଓ ସ୍ଥାନୀୟ ପୋଲିସ୍‌ର ଉପସ୍ଥିତିରେ ଜେସିବି ଲଗାଇ ଚାପିମାରି ଦିଆଯାଇଥିଲା ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଏହି ଘଟଣା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି ।

 

ବିଜେପି ସରକାରରେ ଆଦିବାସୀମାନେ ସୁରକ୍ଷିତ ନଥିବା ଏହିଘଟଣାରୁ ସ୍ପଷ୍ଟ ଅନୁମେୟ । ଓଡ଼ିଶାର ଆଦିବାସୀ ସମୁଦାୟଙ୍କ ଅଧିକାର ଓ ମଙ୍ଗଳ ପାଇଁ ବିଜେଡି ସଂକଳ୍ପବଦ୍ଧ ରହିଛି । ଆଗାମୀ ଦିନରେ ଆଦିବାସୀଙ୍କ ପ୍ରତି ରାଜ୍ୟସରକାରଙ୍କ ହେଉଥିବା ଅନ୍ୟାୟରୋକିବା ପାଇଁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ ।ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଗଣମାଧ୍ୟମ ସଂଯୋଜକଡ଼ ପ୍ରିୟବ୍ରତମାଝି ଓ ଡ଼ଲେନିନ ମହାନ୍ତି, ଶ୍ରୀମତୀଭାରତୀସିଂହ, ଶ୍ରୀମତୀରଞ୍ଜିତାସାହୁ, ଶ୍ରୀମତୀ ଇପ୍ସିତାସାହୁ, ସୋଫିଆ ଆଲାମ, ଶ୍ରୀବିଶ୍ୱପ୍ରତାପ ସାହୁ ଓ ଶ୍ରୀ ଅରୁପ ଶ୍ରୀଚନ୍ଦନ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking