27.1 C
Bhubaneswar
Monday, June 9, 2025
Homeଓଡିଶାମହାକାଳପଡାରେ ହାରିଲା ବିଜେଡି

ମହାକାଳପଡାରେ ହାରିଲା ବିଜେଡି

କେନ୍ଦ୍ରାପଡା: କେନ୍ଦ୍ରାପଡା ମହାକଳପଡାରେ ଭୁଷୁଡିଲା ବିଜେଡି ଗଡ । ଅନାସ୍ଥାରେ ହାରି ପଦ ହରାଇଲେ ମହାକାଳପଡା ବ୍ଲକ ଅଧ୍ୟକ୍ଷା । ବିଜେଡି ସମର୍ଥିତ ମହାକାଳପଡା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡିଛି ୪୯ଟି ଭୋଟ । ଫଳରେ କଳ୍ପନା ରାଉତ ନିଜ ପଦ ହରାଇଛନ୍ତି । ଆଜି ମହାକାଳପଡା ବ୍ଲକ କାଯ୍ୟାଳୟରେ ଅନୁଷ୍ଠିତ ଏକ  ସ୍ୱତନ୍ତ୍ର ଅଧିବେଶନରେ  ଅନାସ୍ଥା ପ୍ରସ୍ତାବ ଉପରେ ମତ ଗ୍ରହଣ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୪୯ ଗୋଟି ଭୋଟ ପଡିଥିବା ମହାକାଳପଡା ତହସିଲଦାର  ଶିବପ୍ରସାଦ ମଲ୍ଲିକ ସୂଚନା  ଦେଇଛନ୍ତି । ତେବେ ପଞ୍ଚାୟତ ସମିତିର ମୋଟ ୬୨ ଜଣ ସମିତିସଭ୍ୟ ଓ ସରପଞ୍ଚ ଙ୍କ ମଧ୍ୟରୁ  ଆଜି ମତଦାନ ପ୍ରକ୍ରିୟାରେ  ୪୯ ଜଣ ଅଂଶ ଗ୍ରହଣ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ୫ ଜଣ ସରପଞ୍ଚ , ୮ ଜଣ ସମିତିସଭ୍ୟ ଉପସ୍ଥିତ ରହିଥିଲେ । ଗତ ମାର୍ଚ୍ଚ ମାସରେ ୪୨ ଜଣ ସଭ୍ୟ  ଆଣିଥିବା  ଅନାସ୍ଥା ଉପରେ ବିବାଦ ଦେଖାଦେବା ସହିତ ମାମଲା  ହାଇକୋର୍ଟକୁ ଯାଇଥିଲା । ପର୍ ଦୁଇ ଦୁଇ ଥର ଭୋଟ ତାରିଖ ଧାଯ୍ୟ ହୋଇ ବାତିଲ ହୋଇଥିଲା । ମହାକାଳପଡା ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହେବା ପରେ  ମହାକାଳପଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏହା ପ୍ରଥମ ଅନାସ୍ଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking