27.1 C
Bhubaneswar
Monday, January 12, 2026
Homeଓଡିଶାବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣା; ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଲା ବିଜେଡି

ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣା; ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଲା ବିଜେଡି

ରାଜନଗର: ରାଜନଗର ବିଡିଓ ତିଳୋତମା ପୃଷ୍ଟିଙ୍କୁ ବିଜେପି ନେତା ଓ କର୍ମୀ ଆକ୍ରମଣ ଘଟଣାରେ ବିଜେଡି ପୁନର୍ବାର ଧାରଣାକୁ ଓହ୍ଲାଇଛି। ଏପରିକି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ପ୍ରଶାସନିକ କାର୍ଯ୍ୟକ୍ରମକୁ ଠପ କରିଦେଇଛି। ସୋମବାର ଦିନ ପ୍ରାୟ ୯ଟା ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ସରପଞ୍ଚ ସଂଘ ସଭାପତି ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ, ସମିତି ସଭ୍ୟ ଆର୍ତବନ୍ଧୁ ମହାନ୍ତି ଓ ସଞ୍ଜୟ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟା ଖୁକୁମୀନା କୁଅଁର, ସରପଞ୍ଚ ଶଶ୍ମିତା ମହାନ୍ତି, ବିଣାପାଣୀ ପ୍ରଧାନ, ରାଣୀମଞ୍ଜରୀ ସେଠୀ, ସମୀର ସେଠୀ, ଶୈଳେନ୍ଦ୍ର ମିଶ୍ର, ଚିତରଞ୍ଜନ ପଣ୍ଡା, ପ୍ରସନ୍ନ ପରିଡା ପ୍ରମୁଖଙ୍କ ସହ ବିଜେଡି ନେତା କୈଳାସ ପରିଡା, ବିଜୟ ନାୟକ, ଗୋବର୍ଦ୍ଧନ ପ୍ରଧାନ, ଦେବେନ୍ଦ୍ର ଜେନା, ରଞ୍ଚନ ମହାନ୍ତି, ମୋହନ ଦାସ, ପାରେଶ୍ୱର ନାୟକ ପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଓ ବିଜେପି ନେତାଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ।

ବ୍ଲକ ପ୍ରଶାସନ ସପୂର୍ଣ୍ଣ ଅଚଳ ହୋଇଯିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଯୀଶୁକ୍ରିଷ୍ଣ ଦାସ ଧାରଣାସ୍ଥଳରେ ପହଞ୍ôଚ ଆଲୋଚନା କରିଥିଲେ। ଆନ୍ଦୋଳନକାରୀ ବିଜେଡି ନେତାମାନେ ବିଡିଓଙ୍କୁ ଆକ୍ରମଣ କରିଥିବା ବିଜେପି ନେତା ଲଳିତକୁମାର ବେହେରାଙ୍କ ସମେତ ୩୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଜିଦ ଧରିଥିଲେ। ଏହାପରେ ତହସିଲଦାର ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ପ୍ରଥମେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ପରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ବ୍ଲକ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ଗୁଡିଆ, ସରପଞ୍ଚ ସଂଘ ସଭାପତି ଶ୍ରୀ ମହାନ୍ତି ପ୍ରମୁଖଙ୍କ ସହ ଆଲୋଚନାରେ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ ତାଲା ଖୋଲି ଆଲୋଚନା କରିବାକୁ କୁହାଯାଇଥିଲା। ମାତ୍ର ଆନ୍ଦୋଳନକାରୀଙ୍କର ଗୋଟିଏ ଜିଦ୍ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହେବ ବୋଲି କହିଥିଲେ। ଯାହାଫଳରେ କୌଣସି ନିଷ୍କର୍ଷ ବାହାରିନଥିଲା। ଗଣଧାରଣା ଥିବାରୁ ବିଜେଡି ନେତାମାନେ ସନ୍ଧ୍ୟାରେ ଉଠି ଯାଇଥିଲେ। ମଙ୍ଗଳବାର ପୁନର୍ବାର ଧାରଣା ଚାଲୁ ରହିବ ବୋଲି ବ୍ଲକ୍ ବିଜେଡି ସଭାପତି ଶ୍ରୀ ରାଉତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking