କେନ୍ଦୁଝର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ରାଜା ଚକ୍ରକୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହୋଇଛନ୍ତି । ହାଜର ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା । ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରି ଦେଇଥିଲେ। ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ ହାଇକୋର୍ଟ । ଗତକାଲି ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ସ୍ବତନ୍ତ୍ର ଶାଖା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ରାଜା ଚକ୍ର । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି ।