21.1 C
Bhubaneswar
Monday, December 8, 2025
Homeଓଡିଶାବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ଭୁବନେଶ୍ୱର: ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ । ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଛି ଇଓଡବ୍ଲୁ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଗତକାଲିଠାରୁ ଇଓଡବ୍ଲୁ ଅଧିକାରୀ ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ ଚଢାଉ କରିଥିଲେ। ଆଜି ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking