ଭୁବନେଶ୍ୱର: ବିଜେଡି ଏକଜୁଟ୍ ଅଛି କହିଲେ ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା। ସେ କହିଛନ୍ତି ଯେ ବିଜେପି ଓ କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ। ମତାନ୍ତର ମନାନ୍ତର ରହିବା ସ୍ୱଭାବିକ, କିନ୍ତୁ ସମସ୍ତଙ୍କୁ ନେଇ ଦଳ ଚାଲିବ। ଭୋଜି ଭାତ ଚାଲିବ, କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି। କିନ୍ତୁ ମେଳି କିଛି ନୁହେଁ, ଦଳ ଏକଜୁଟ୍ ଅଛି।










