25.1 C
Bhubaneswar
Monday, March 23, 2026
Homeଓଡିଶାଆଜି ରେଢାଖୋଲ ବନ୍ଦ ପାଳନ କରୁଛି ବିଜେଡି

ଆଜି ରେଢାଖୋଲ ବନ୍ଦ ପାଳନ କରୁଛି ବିଜେଡି

ସମ୍ବଲପୁର: ଆଜି ରେଢାଖୋଲ ବନ୍ଦ ଡାକରା। ରେଢାଖୋଲର ବିଭିନ୍ନ ସମସ୍ଯା ନେଇ ବନ୍ଦ ପାଳନ କରୁଛି ରେଢାଖୋଲ ବିଜେଡି।  ରେଢ଼ାଖୋଲ ସହର ଦେଇ ଯାଇଥିବା NH-55ର ୬ କିଲୋମିଟର ରାସ୍ତା ସମ୍ପ୍ରସାରଣ ହେବ ନା  ବାଇପାସ୍ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସହର ଭିତରେ ପ୍ରତ୍ୟେକ ଦିନ ଶହ ଶହ ପାଉଁଶ ବୋଝେଇ ଟ୍ରକ ଯାଆସ କରୁଛି। ଧୂଆଁ ଧୂଳିରେ ପରିବେଶ ପ୍ରଦୂଷଣ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ରେଢ଼ାଖୋଲରୁ ୨୦କିମି ଭିତରେ ଟୋଲଗେଟ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରିବାକୁ ଦାବି ହୋଇଛି। ହାତୀ କରିଡର ଗୁଡିକରେ ଗ୍ରାମ ଗୁଡିକ ଲାଗି ରାସ୍ତା  ନିର୍ମାଣ କରାଯିବା ସହିତ ବିଭିନ୍ନ ଦାବି ନେଇ ନେଇ ରେଢ଼ାଖୋଲ ବନ୍ଦ ପାଳନ କରୁଛି ବିଜେଡି । ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking