26.1 C
Bhubaneswar
Friday, March 20, 2026
Homeଓଡିଶା‘ବିଜେଡିର ପ୍ରତିବାଦ ଗୋଟେ ନାଟକ’

‘ବିଜେଡିର ପ୍ରତିବାଦ ଗୋଟେ ନାଟକ’

ଭୁବନେଶ୍ୱର: ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଗୋଟେ ନାଟକ ବୋଲି କହି ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ରାଜ୍ୟରେ ପନିପରିବା ଦର ବହୁତ କମ ଅଛି। ଡାଲି, ତେଲ ଆଦିର ଦର ଦେଶ ତୁଳନାରେ ଓଡ଼ିଶାରେ କମ ରହିଛି। ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ନାଟକ ଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

ଏହାଛଡ଼ା ଆଗାମୀ ଦିନରେ ଆଳୁର ଅଭାବ ରହିବନି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଆଳୁ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ରବିବାର କୃଷି ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଛି। ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହେବ। ପ୍ରତିବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହୁଏ। କିନ୍ତୁ ୧୪ ଲକ୍ଷ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି ଯାହା ପୂରଣ ପାଇଁ ୧୧ ଲକ୍ଷ ମେଟ୍ରିକ ଟନ୍ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ। ଏଥରକ କୃଷିମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଚାଷ ହେ।

ଆଗକୁ ଆହୁରି ଅଧିକ ଯୋଜନା କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେହିପରି ଆଳୁ ଦର ବୃଦ୍ଧି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ। ଆଳୁ ଦର ବୃଦ୍ଧି ଏବେ ହୋଇନି।

୨୪ ବର୍ଷ ଭିତରେ ଏମାନେ କିଛି କଲେନି। ନକରିବା କାରଣରୁ ଏହି ଫଳ ସମସ୍ତେ ଭୋଗୁଛନ୍ତି। ପୂର୍ବ ସରକାର କେବଳ କଥା କହିବାକୁ ଥିଲେ। କାମ କିଛି ନଥିଲା। ଆଳୁ,ପିଆଜ ଓ ପଣସ ମିଶନ ଫେଲ୍ ହେବା ପରେ ଲୋକମାନେ ତାଙ୍କୁ ଫେଲ୍ କରିଦେଲେ ବୋଲି ଶ୍ରୀ ପାତ୍ର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking