ଭୁବନେଶ୍ୱର: ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । କହିଛନ୍ତି , ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । କର୍ମୀ ସେତେବେଳେ ଦଳ ଛାଡନ୍ତି, ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ । କର୍ମୀ ଦଳ ଛାଡିବା ଦୁର୍ଭାଗ୍ୟଜନକ, ଏଥିପାଇଁ ବିଜେଡି ହିଁ ଦାୟୀ । କେବଳ ବଡଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡି ଗଲାଣି । ବଡଚଣାରେ ଆମେ ଦଶକୁ ସଙ୍ଗଠିତ କରି ରଖିଥିଲୁ ।










