ଭୁବନେଶ୍ୱର: ରାଜନୈତିକ ବ୍ୟାପାର କମିଟି ଗଠନ କଲା ବିଜେଡି । ସଭାପତି ନବୀନ ପଟ୍ଟନାୟକଙ୍କୁ ପିଏସି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ୯ ଜଣିଆ ସଦସ୍ୟ ତାଲିକାରେ ବିକ୍ରମ ଆରୁଖ , ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ. ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ , ଟୁକୁନୀ ସାହୁ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର । ବିଜେଡି ସଂଖ୍ୟା ଲଘୁ ସେଲ ଆବାହକ ହେଲେ ଦିଲୀପ ତିର୍କୀ । ସଂଖ୍ୟାଲଘୁ ସେଲରେ ରିଜୱାନ ବେଗମ, ମୁଜବୁଲ୍ଲା ଖାନ, ଆୟୁବ ଖାନ ଓ ଶେଖ ନିଜାମୁଦ୍ଦିନଙ୍କୁ କୋର୍ଡିନେଟର ଦାୟିତ୍ୱ ଅନ୍ୟପଟେ, ବିଜେଡି ପଦ ପଦବୀରେ କାହାକୁ ମିଳିନି ସାଂଗଠନିକ ସମ୍ପାଦକ ପଦ । ଗତ ଟର୍ମରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ସାଂଗଠନିକ ସମ୍ପାଦକ ପଦ । ସାଂଗଠନିକ ସମ୍ପାଦକ ପଦରେ ଥିଲେ ପ୍ରଣବ ପ୍ରକାଶ ଦାସ । ଏଥର ପ୍ରଣବ ପ୍ରକାଶ ଦାସଙ୍କୁ ଉପସଭାପତି ସହ ପିଏସି ସଦସ୍ୟ ପଦ ।









