19.1 C
Bhubaneswar
Friday, December 19, 2025
Homeଓଡିଶାମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: ଲୋକଙ୍କ ସରକାର କହୁଥିବା ବିଜେପି ଶାସନରେ ସାଧାରଣ ଜନତା ଅସୁରକ୍ଷିତ । ବର୍ଷ ଏକ ଉପଲବ୍ଧô ଅନେକର ନାରା ଦେଉଥିବା ସରକାରରେ ମହିଳା ଓ ଛାତ୍ରୀ ସଂପୂର୍ଣ୍ଣ ଅସୁରକ୍ଷିତ । ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଜଣେ ବିଇଡି ଶେଷବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା ସରକାରର ଅସଲ ମୁଖା ଫର୍ଦ୍ଦାଫାସ ହୋଇଛି । ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳା ଓ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସରକାର ବିପକ୍ଷରେ ଆଜି ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

ଅନ୍ୟ ଘଟଣା ଓ ମାମଲା ବେଳକୁ ବିଜେପି ସମର୍ଥୀତ ଛାତ୍ର ସଂଗଠନ ଏବିଭିପି ଆନେ୍ଦାଳନ କରି ରାଜରାସ୍ତାକୁ ଆସୁଥିଲା ବେଳେ ଏଫଏମ୍ କଲେଜ ଘଟିଥିବା ସଂଗୀନ ଘଟଣାକୁ ନେଇ କାହିଁକି ତତ୍ପରତା ପ୍ରକାଶ କରୁନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ସରକାର ନିଜର ଦୋଷ ତ୍ରୁଟିକୁ ତରବରିଆ ଭାବେ ଚାପି ଦେବାକୁ ଚେଷ୍ଟା କରୁଛି ବୋଲି ଯୁବ ଓ ଛାତ୍ର ବିଜେଡି ଅଭିଯୋଗ କରିଛି ।
ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ଜୁଲାଇ ୧ତାରିଖରେ ଲିଖିତ ଭାବେ ଜୈନିକ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ଅନୁଗ୍ରହ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ । ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇନଥିଲେ । ଫଳରେ ଅଧ୍ୟକ୍ଷ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ । ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି ।

କିନ୍ତୁ ବିଡମ୍ୱନାର କଥା ଶ୍ରୀ ଷଡଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ଛାତ୍ରୀ ଜଣକ ବାରମ୍ୱାର ସୋସିଆଲ ମିଡିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଭଳି ବଡ଼ ଘଟଣାକୁ ହାଲ୍କା ଭାବେ ନେବା ଦ୍ୱାରା ଆଜି ଛାତ୍ରୀ ଜଣଙ୍କ ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ । ଛାତ୍ରୀ ଜଣଙ୍କ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେ ନାହିଁ । ହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାରଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ? ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ଛାତ୍ରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ ।

ଏହି ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଲଢେଇ ଜାରି ରଖିବ । ବିଧାୟକ ଡ.ବ୍ୟୋମକେଶ ରାୟ, ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ବିଜେଡି ଯୁବ ଓ ଛାତ୍ର ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧୃତିରଂଜନ ମାର୍ଥା, ଏଲିନା ଦାସ, ବିଜୟ କେତନ ସାହୁ, ଜ୍ୟୋସ୍ନାମୟୀ ପରିଡା, ସୁଭ୍ରାଂଶୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଇପ୍ସିତା ସାହୁ, ରଶ୍ମିରେଖା ମଲ୍ଲିକ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ସୁଜିତ ପାଲଟାସିଂହ, ଛବି ମହାଲି, ଦିଲ୍ଲୀପ ସେନାପତି, ଶୁଭ୍ରଜିତ ପାଢୀ, ରଶ୍ମୀରଂଜନ ଦାସ, ଅବିନାଶ କୁମାର ପ୍ରଧାନ, ବାସୁଦେବ ଶାହା, ଏସ୍କେ ଅମିର ମହମ୍ମଦ, ମହୀକ୍ଷିତା ମିଶ୍ର, ସୋନାଲି ପି୍ରୟଦର୍ଶିନୀ, ଲଗ୍ନାଦିପ୍ ମିଶ୍ର, ସତ୍ୟଜିତ ପଟ୍ଟନାୟକ, ଅଫ୍ତାବ ଆଲମ ଖାନ୍, ଆଶୀଷ ସାହୁ, ପୃଥ୍ୱୀରାଜ ପଣ୍ଡା, ଦୀପକ ସାହୁ, ସୌମ୍ୟରଂଜନ ତ୍ରିପାଠୀ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ସୌଭାଙ୍ଗୀନି ସାହୁ, କିଶୋର ବେହେରା, ସୌମ୍ୟ ସାର୍ଥକ ରାୟ, ମନୋଜ ମହାନ୍ତି, ଅସ୍ମିତ୍ ଦାସ, ଦେବୁ ରାଉତରାୟ, ଯୋଗେଶ ଜେନା, ସମିମ୍ ଅଖତାର, ରକି ଦାସ, ଅସିମ ମହାନ୍ତି, ତାବରେଜ୍ ଖାନ୍, ସ୍ନେହାଶିଷ ଜେନା, ସତ୍ୟଜିତ ସାହୁ, ସଂକେତ ରାୟ, ମନୋରଂଜନ ସ୍ୱାଇଁ, ଅମିତ ଜେନା, ପ୍ରକାଶ ଦଳାଇ, ସନ୍ତୋଷ ମହାପାତ୍ର, ସଂଜୀବ ପୃଷ୍ଟି, ସୁମନ ବେହେରା ଓ ସୁଚିସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking