24.1 C
Bhubaneswar
Friday, February 6, 2026
Homeଓଡିଶାନାବାଳିକା ବଳାକ୍ରାର ଗର୍ଭବତୀ ମାମଲାରେ ତୁରନ୍ତ ନ୍ୟାୟ ଏବଂ ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

ନାବାଳିକା ବଳାକ୍ରାର ଗର୍ଭବତୀ ମାମଲାରେ ତୁରନ୍ତ ନ୍ୟାୟ ଏବଂ ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

-ବିଧାୟକଙ୍କ ପ୍ରତିନିଧିଙ୍କ ପୁଅ ଆଇନର ଉଦ୍ଧ୍ୱର୍ରେ ନୁହେଁ
– ପୀଡିତା ଆଦିବାସୀ ହେଉଥିବାରୁ ପ୍ରଶାସନ ନିରବରେ ବସିଛି

ଭୁବନେଶ୍ୱର:  ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ପୋଲିସ ଅଧ୍ୟକ୍ଷଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ନାବାଳିକା ବଳାକ୍ରାର ଓ ଗର୍ଭଧାରଣା ମାମଲା (ଜୟପୁର ମହିଳା ପି.ଏସ୍ ନଂ.୭୦/୨୦୨୫)ର ତୁରନ୍ତ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି । ଏହି ଘଟଣା ବୋରିଗୁମା ବ୍ଲକର ଧାବାଗାଁ ଗ୍ରାମର ଜଣେ ନାବାଳିକା ଆଦିବାସୀ ଝିଅ ଜଡିତ, ଯାହାକୁ ବଳାକ୍ରାର କରାଯାଇଥିଲା ଏବଂ ପରେ ସେ ଗର୍ଭବତୀ ହୋଇଥିଲେ । ଉକ୍ତ ଘଟଣାରେ ବିଜେଡି ପ୍ରତିନିଧି ଦଳ ପୀଡିତାଙ୍କ ଘରକୁ ଯାଇ ପରିବାରକୁ ଭେଟି ସେମାନଙ୍କୁ ଆଶ୍ୱାସନା ଦେବା ସହିତ ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଦଳ ସେମାନଙ୍କ ସହିତ ରହିବ ।

ଜୟପୁର ମହିଳା ପୋଲିସ ଷ୍ଟେସନରେ ନାବାଳିକା ଆଦିବାସୀ ଝିଅର ବିଧବା ମାଆଙ୍କ ଦ୍ୱାରା ଦାୟର କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତଙ୍କୁ ବୋରିଗୁମା ବ୍ଲକର ସାନପୁରିଆ ପଞ୍ଚାୟତ ସୁନିଗୁଡା ଗ୍ରାମର ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧିଙ୍କ ପୁଅ ରାଜେନ୍ଦ୍ର ଭାତ୍ରା ଭାବେ ଚିହ୍ନଟ କରାଯାଇଛି । ଅଭିଯୋଗରେ କୁହାଯାଇଛି, ରାଜେନ୍ଦ୍ର ଭାତ୍ରା ନାବାଳିକା ଝିଅଟିର ଅନିଚ୍ଛା ସତ୍ତ୍ୱେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଯାହାଫଳରେ ସେ ବର୍ତ୍ତମାନ ୫ମାସର ଗର୍ଭବତୀ ହୋଇଛନ୍ତି ।

ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା, ଯାହା ଜଣେ ଆଦିବାସୀ ନାବାଳିକା ପୀଡିତାଙ୍କ ସହ ଘଟିଛି । ଏହି ମାମଲାକୁ ଚପାଇ ଦେବା ପାଇଁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏକ ଚିନ୍ତାଜନକ ବିଷୟ । ଶ୍ରୀମତୀ ଛୁରିଆ ପୀଡିତାଙ୍କ ପରିବାରକୁ ଭେଟିବା ପରେ କହିଛନ୍ତି, ପୀଡିତା ପରିବାର ସହିତ ବିଜେଡି ଦୃଢ ଭାବେ ଠିଆ ହୋଇଛି । ପ୍ରମାଣକୁ ନଷ୍ଟ କରିବାକୁ ଯେଉଁ ଅପଚେଷ୍ଟା ଚାଲିଛି ତାହାକୁ ବିଜେଡି କେବେ ବରଦାସ୍ତ କରିବ ନାହିଁ । କୌଣସି ବ୍ୟକ୍ତି ଆଇନର ଉଦ୍ଧ୍ୱର୍ରେ ନୁହେଁ । ପୀଡିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଦଳ ଏହି ମାମଲାର ଅଗ୍ରଗତି ଉପରେ କଡା ନଜର ରଖିବ ।

ଘଟଣାଟି ଲୋକଲୋଚନକୁ ଆସିବା ପରେ ଉକ୍ତ ଗ୍ରାମର ଗ୍ରାମ୍ୟ କମିଟି ଦୋଷୀ ରାଜେନ୍ଦ୍ର ଭାତ୍ରାକୁ ଡକାଇ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ରାଜେନ୍ଦ୍ର ଭାତ୍ରା ହାଜର ହୋଇନଥିଲେ ବୋଲି ଜଣାପଡିଛି । ପୀଡିତାର ବିଧବା ମାଆ ସ୍ପଷ୍ଟ ଭାବେ ଅଭିଯୋଗ କରିଛନ୍ତି ଅଭିଯୁକ୍ତର ବାପା ଜଣେ ପ୍ରମୁଖ ରାଜନୈତିକ ଦଳର ବ୍ୟକ୍ତି ହୋଇଥିବାରୁ ଏହି ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରୁଛନ୍ତି । ଯାହା ତଦନ୍ତର ନିରପେକ୍ଷତାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବିଜେଡି ପ୍ରତିନିଧି ଦଳ ଏସ୍ପିଙ୍କୁ ଅନୁରୋଧ କରି କହିଛନ୍ତି, ପୀଡିତାଙ୍କ ବିଧବା ମାଆଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ତୁରନ୍ତ ନିରପେକ୍ଷ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ସହିତ ଅଭିଯୁକ୍ତ କାଳେ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିବେ ସେଥିପାଇଁ ରାଜେନ୍ଦ୍ର ଭତ୍ରାକୁ ତୁରନ୍ତ ଗିରଫ କରିବା ନିହାତି ଜରୁରୀ । ଏଥିସହିତ ପୀଡିତାର ପରିବାରକୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯାଉ ।

ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନ ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନନ୍ଦ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ୍ନ୍ନ ହିକ୍କାକା, ଶ୍ରୀମତୀ କୌଶଲ୍ୟା ହିକ୍କାକା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁରାମ ପାଡଲ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀତମ ପାଢୀ, ଶ୍ରୀଯୁକ୍ତ ଇଶ୍ୱର ପାଣିଗ୍ରାହୀ, ବାଲା ରାୟ, କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା ଏବଂ ଅନ୍ୟ ସ୍ଥାନୀୟ ନେତୃମଣ୍ଡଳି ପ୍ରଶାସନକୁ ଭେଟି ପୀଡିତାକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking