30.1 C
Bhubaneswar
Saturday, June 21, 2025
Homeଓଡିଶାବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଆକ୍ରମଣ; ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା: ବିଜେଡି

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଆକ୍ରମଣ; ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା: ବିଜେଡି

– ଗୃହ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ
– ବିଧାୟକଙ୍କ ସୁରକ୍ଷା ପାଇଁ ବାଚସ୍ପତି ପଦକ୍ଷେପ ନିଅନ୍ତୁ
– ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୮ ଥରର ନିର୍ବାଚିତ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଗତ କାଲି ହୋଇଥିବା ଆକ୍ରମଣ ବିଜେପିର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା। ଆଠ ଆଠ ଥର ନିର୍ବାଚିତ ହୋଇଥିବା ଓ ଚଳିତ ବିଧାନସଭାର ପ୍ରୋଟେମ୍ ବାଚସ୍ପତି ଦାୟିତ୍ୱ ତୁଲାଇଥିବା ଶ୍ରୀ ସ୍ୱାଇଁଙ୍କ ଉପରେ ଏକ ପ୍ରାୟୋଜିତ ଆକ୍ରମଣ କରାଇବା ବିଜେପିର ରୁଗ୍‌ଣ ମାନସିକତାକୁ ଦର୍ଶାଇବା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ଜେନା କହିଥିଲେ, ତିଗିରିଆ ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ଆଠଗଡ଼ର ବିଧାୟକ ଶ୍ରୀ ସ୍ୱାଇଁ ଫେରୁଥିବା ସମୟରେ ତାଙ୍କ ଉପରେ ଏହି ପ୍ରାୟୋଜିତ ଆକ୍ରମଣ ହୋଇଥିଲା। ଦୁଃଖ ଓ ପରିତାପର ବିଷୟ ଯେ, ଜଣେ ବରିଷ୍ଠ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରୁଛି। ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ତୁଲାଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ବିଷୟରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜୁ ଜନତା ଦଳ ଦାବୀ କରୁଛି। ତାଛଡା, ଜଣେ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ବିଧାନସଭାର ଅଧ୍ୟକ୍ଷ ତଥା ବାଚସ୍ପତି ମହୋଦୟ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରତାପ ଜେନା କହିଥିଲେ।

ଆଜି ପୁଣି ଖୁଣ୍ଟୁଣୀ ପଞ୍ଚାୟତ ଅଫିସରେ ପିଇଓଙ୍କ ଉପରେ ବିଜେପି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ମଧ୍ୟ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରୁଛି। ଅପରପକ୍ଷରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, ସେଥିପାଇଁ ସରକାରଙ୍କ ନିଘା ନାହିଁ। ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣ ଦୁଷ୍କର୍ମ, ଚୋରି ଓ ରାହାଜାନି ଭଳି ଘଟଣା ବୃଦ୍ଧି ଘଟିଛି। ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ବିଜେପି କର୍ମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାରଙ୍କ ତରଫରୁ ପୋଲିସ ଉପରେ ଚାପ ପଡୁଛି, ଯେଉଁ କାରଣରୁ ପୋଲିସ ସ୍ୱାଧୀନ ଭାବେ କାର୍ଯ୍ୟ କରି ପାରୁ ନାହାନ୍ତି ବୋଲି ଶ୍ରୀ ଜେନା କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking