ଟିଟିଲାଗଡ଼: ଗତ ରାମନବମୀରେ ଟିଟିଲାଗଡ଼ ସହରରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆୟୋଜିତ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ବନ୍ଧୁକରୁ ବ୍ଲାଙ୍କ ଫାୟାର ଘଟଣା ନେଇ ଟିଟିଲାଗଡ଼ ବିଜେଡ଼ି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛି। ଶାନ୍ତିପୂର୍ଣ୍ଣ ସହରରେ ବିଧାୟକ ହଜାର ହଜାର ଲୋକଙ୍କ ଶୋଭାଯାତ୍ରରେ ଗୁଳି ଫୁଟାଇ ଭୟର ବାତାବରଣ ତଥା ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ ବୋଲି ଦଳ ଅଭିଯୋଗ କରିଛି। ଏହି ମର୍ମରେ ବିଜେଡ଼ି ପକ୍ଷରୁ ନଗର ସଭାପତି ଆଇନଜୀବୀ ଶ୍ୟାମା ପ୍ରସାଦ ଗରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ମୁଣ୍ଡାଙ୍କୁ ନଗର ସଭାପତି ଶ୍ରୀ ଗରିଆ, ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ହାତୀ ପ୍ରମୁଖ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଗିରଫ ପାଇଁ ଦାବି କରିଛନ୍ତି ।










