26.1 C
Bhubaneswar
Tuesday, March 24, 2026
Homeଓଡିଶାଯୁଦ୍ଧକାଳୀନ ଭିତ୍ତିରେ ଧାନ ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ପ୍ରଦାନ କରାଯାଉ:...

ଯୁଦ୍ଧକାଳୀନ ଭିତ୍ତିରେ ଧାନ ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତିର ଆକଳନ ଓ କ୍ଷତିପୂରଣ ପ୍ରଦାନ କରାଯାଉ: ବିଜେଡି

  ଲଗାଣ ଅଦିନିଆ ବର୍ଷା ପରେ, ରାଜ୍ୟରେ କୃଷକ ସମସ୍ୟା ଗମ୍ଭୀର
 ଅଭାବନୀୟ ପରିସ୍ଥିତି, ଏଭଳି ଅବସ୍ଥା ଓଡ଼ିଶା ଇତିହାସରେ ବିରଳ
ଭୁବନେଶ୍ୱର, : ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିବା ଫଳରେ ରାଜ୍ୟରେ ଗତ ଚାରି ଦିନରେ ପାଞ୍ଚ ଜଣ କୃଷକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଗମ୍ଭୀର ହୋଇଥିବା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି।
ଡଃ ମହାନ୍ତି କହିଛନ୍ତି, ରାଜ୍ୟରେ ଧାନ ବିକ୍ରି କ୍ଷେତ୍ରରେ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ଓ ଗ୍ରେନ ଆନାଲାଇଜର ମାଧ୍ୟମରେ କଟନୀ ଛଟନୀ ଚାଲୁ ରହିଛି । ଏହି ଅବ୍ୟବସ୍ଥା ଯୋଗୁଁ କୃଷକ ମାନେ ସମସ୍ୟାରେ ଥିଲାବେଳେ ରାଜ୍ୟରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି, ଯାହା ରାଜ୍ୟର କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ବ୍ୟାପକ କ୍ଷତି ସହି ନପାରି ଗତ ଚାରି ଦିନରେ ପାଞ୍ଚ ଜଣ ଚାଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡିଶା ଇତିହାସରେ ବିରଳ ଘଟଣା ହୋଇଥିଲା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। କୃଷକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ, କେବଳ କିଛି ମନ୍ତବ୍ୟରେ ସୀମିତ ରହିଛି। ଚାଷୀ ମାନଙ୍କ ହୋଇଥିବା କ୍ଷୟକ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଡଃ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking