34.1 C
Bhubaneswar
Tuesday, March 24, 2026
Homeଓଡିଶାଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ବିଜେଡି ଟିମ୍‌

ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ବିଜେଡି ଟିମ୍‌

– ଛାତ୍ରାବାସରେ ସୁରକ୍ଷିତ ନାହାନ୍ତି ନାବାଳିକା
– ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେଡିର ଦାବି

ଭୁବନେଶ୍ୱର: ରାଜ୍ୟରେ ଜଣେ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ପ୍ରତ୍ୟେକ ଦିନ ଆଦିବାସୀ ମହିଳା ମାନେ ଧର୍ଷଣ ଓ ନିର୍ଯାତନାର ଶୀକାର ହେଉଛନ୍ତି। ବାରମ୍ବାର ଏ ଖବର ଆସୁଥିଲେ ମଧ୍ୟ ଏହାର ପ୍ରତିକାର କିମ୍ବା କଡା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୋଷୀମାନେ କିଭଳି ଖସିଯିବେ ସେଦିଗରେ ସରକାର କାର୍ଯ୍ୟ କଲା ଭଳି ଲାଗୁଛି। ରାଜ୍ୟର ବିଜେପି ସରକାରଙ୍କ ଏଭଳି ସ୍ଥାଣୁ ଓ ଦାୟିତ୍ୱହୀନକୁ ବିଜେଡି କଡା ସମାଲୋଚନା କରୁଛି। କୋରାପୁଟ ଜିଲ୍ଲା ଲମତାପୁଟର ଗୁନେଇପଦା ଏସଟିଏସ୍‌ସି ବାଳିକା ଛାତ୍ରୀନିବାସରେ ୮ ବର୍ଷ ବାଳିକା ଧର୍ଷଣର ଶୀକାର ହୋଇଥିବା ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଗତ ମେ’ ୩ ତାରିଖ ଦିନ ଘଟଣା ସ୍ଥଳକୁ ଯାଇ ପୀଡିତା ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ପୀଡିତା କିଭଳି ନ୍ୟାୟ ପାଇବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଉଚ୍ଚସ୍ତରୀୟ ନେତୃମଣ୍ଡଳୀ ଭୁବନେଶ୍ୱର ସ୍ଥିତ ଅନୁସୂଚିତ ଜନଜାତି କମିଶନ ଅଫିସକୁ ଯାଇ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପିଏସ୍ ଅନ୍ତର୍ଗତ ଲମତାପୁଟ ବ୍ଲକର ଗୁନେଇପଦା ଏସ୍‌ଟିଏସ୍‌ସି ବାଳିକା ଛାତ୍ରୀବାସରେ ଘଟିଥିବା ନୃଶଂସ ବଳାତ୍କାରର ଶୀକାର ହୋଇଥିବା ପୀଡିତା କିଭଳି ନ୍ୟାୟ ପାଇବା ସହିତ ଦୋଷୀ ଯେଭଳି ଉପଯୁକ୍ତ ଦଣ୍ଡ ପାଇବ ସେଥିପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ପୂର୍ବତନ ଲୋକସଭା ସଦସ୍ୟା ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି ଓ ଡ. ପ୍ରିୟବ୍ରତ ମାଝୀ, ଶ୍ରୀ ନାରାୟଣ ଜେନା, ଶ୍ରୀମତୀ ମାନସୀ ସୁନ୍ଦରରାୟ, ଶ୍ରୀମତୀ ବାସନ୍ତୀ ସିଂ, ଶ୍ରୀମତୀ ଟୁନିବାଳା ଦେଇ ଓ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking