33.1 C
Bhubaneswar
Wednesday, March 25, 2026
Homeଓଡିଶାଭାଗଚାଷୀଙ୍କୁ ରାଜ୍ୟ ସରକାରଙ୍କ ଉପେକ୍ଷା ଦୁର୍ଭାଗ୍ୟଜନକ: ବିଜେଡି

ଭାଗଚାଷୀଙ୍କୁ ରାଜ୍ୟ ସରକାରଙ୍କ ଉପେକ୍ଷା ଦୁର୍ଭାଗ୍ୟଜନକ: ବିଜେଡି

 ଶାସନକୁ ଆସିବା ପରେ ଭାଗଚାଷୀଙ୍କ ହାତ ଛାଡ଼ିଦେଲା ବିଜେପି
 ଭାଗଚାଷୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବିବୃତି କଟା ଘା’ରେ ଚୂନ ଦେବା ସଦୃଶ
ଭୁବନେଶ୍ୱର, : ଚଳିତ ଅଦିନିଆ ବର୍ଷାରେ ଭାଗଚାଷୀଙ୍କ କ୍ଷୟକ୍ଷତିକୁ ଉପେକ୍ଷା କରି ସେମାନଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଦେଇଥିବା ବିବୃତି ଦୁର୍ଭାଗ୍ୟଜନକ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ।
ଶ୍ରୀ ମହାନ୍ତି ଆହୁରି କହିଥିଲେ ଯେ, ୨୦୧୫-୧୬ ମସିହାରେ ବିଜୁ ଜନତା ଦଳର ସରକାର ରାଜ୍ୟରେ କୃଷି ସର୍ଭେ କରିଥିଲେ, ଯେଉଁଥିରେ ୧୮.୬ ପ୍ରତିଶତ ଭାଗଚାଷୀ ଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରୁ ୯୩.୨ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିଲେ । କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଏଌକ୍ଷଗ୍ଧ; ଲାଏବିଲିଟି ଗ୍ରୁପ୍ (ଜେଏଲ୍‌ଜି) ଗଠନ କରାଯାଇ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ‘କାଳିଆ’ ଓ ‘ବଳରାମ’ ଯୋଜନା ପ୍ରଣୟନ କରାଯାଇଥିଲା । ଏହି ଫ୍ଲାଗସିପ୍ ଯୋଜନା ମାଧ୍ୟମରେ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କୁ ନିରନ୍ତର ବ୍ୟାପକ ସହାୟତା ପ୍ରଦାନ କରାଯାଉଥିଲା ।
ବିଜେପି ବିରୋଧୀ ଦଳରେ ଥିବାବେଳେ ଭାଗଚାଷୀଙ୍କ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଆଜି ସେମାନଙ୍କ ଅଦିନିଆ ବର୍ଷା ଜନିତ ଫସଲହାନୀ ସମୟରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ବିବୃତି କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଅମଳ ସମୟରେ ଭାଗଚାଷୀଙ୍କୁ ସହାୟତା କରିବା ପରିବର୍ତ୍ତେ ନିୟମ ନାହିଁ ବାହାନାରେ କ୍ଷତିପୂରଣ ନ ଦେବା ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ । ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ଭାଗଚାଷୀଙ୍କୁ ସହାୟତା ଦେବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଡଃ ମହାନ୍ତି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking