26.1 C
Bhubaneswar
Friday, January 16, 2026
Homeଓଡିଶାଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା ବେଳେ ଅଘଟଣ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ:...

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା ବେଳେ ଅଘଟଣ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ: ବିଜେଡି

– ଭିଆଇପି ପାସ୍ ବ୍ୟବସ୍ଥା ଯୋଗୁ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବିଫଳ
– ପୂର୍ବରୁ ଏପରି ଘଟଣା ଘଟିଥିବା ନଜିର ନାହିଁ
– ରଥଯାତ୍ରାରେ ବଡ଼ ଠାକୁର ପଡ଼ିଯିବା ଏକ ବଡ଼ ଅଘଟଣ ଥିଲା

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଦିନ ମହାଦୀପ ଉଠିବା ବେଳେ ସେବାୟତ ଜଣକ ଖସି ପଡିବା ଘଟଣା ଦୁଃଖଦାୟକ, ନିନ୍ଦନୀୟ ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି ବିଜୁ ଜନତା ଦଳ କହିଛି। ବିଜେଡି ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଘଟିଥିବା ଅଘଟଣ ଏକ ବଡ଼ ଧରଣର ପରିଚାଳନାଗତ ବିଭ୍ରାଟ। ଗତ ରଥଯାତ୍ରା ସମୟରେ,ପହଣ୍ଡି ସମୟରେ ବଡ଼ ଠାକୁର ଖସି ପଡ଼ିଥିଲେ, ଯାହା ବିଶ୍ୱର ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଏହି ଘଟଣାରେ ରାଜ୍ୟ ସରକାର ତଦନ୍ତ କରିବେ ବୋଲି କହିଥିଲେ, କିନ୍ତୁ ସେ ତଦନ୍ତର ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିଲା ନାହିଁ। ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଏପରି ଘଟଣା ପୂର୍ବରୁ କେବେ ଘଟିବାର ନଜିର ନାହିଁ। ଦୁଃଖ ଓ ପରିତାପର ବିଷୟ, ସରକାର ଶିବରାତ୍ରି ଦିନ ଦର୍ଶନ ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ ହୋଇ ପାରି ନଥିବା ଅନେକ ଭକ୍ତ ଅଭିଯୋଗ କରିଛନ୍ତି। ଦର୍ଶନ ପାଇଁ ଧାଡିରେ ସାଧାରଣ ଭକ୍ତମାନେ ଘଣ୍ଟା ଘଣ୍ଟା ଛିଡା ହୋଇ ଦର୍ଶନ ପାଇ ପାରି ନଥିଲା ବେଳେ ନିୟମିତ ଭାବେ ଭିଆଇପି ପାସ ନେଇ ଲୋକମାନେ ପ୍ରବେଶ କରୁଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। କେଉଁ ପରିସ୍ଥିତିରେ ଭିଆଇପି ପାସ ବ୍ୟବସ୍ଥା କରାଯାଇଥିଲା ଓ କେତେ ଭିଆଇପି ପାସ୍ ରାଜ୍ୟ ସରକାର ଇସ୍ୟୁ କରିଥିଲେ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking