28.1 C
Bhubaneswar
Monday, December 15, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି: ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି: ବିଜେଡି

 କ୍ରୀଡା ପୁରସ୍କାରରେ ନାଁ ହଟାଇବାକୁ ନିଷ୍ପତ୍ତି ସାଢେ ୪ କୋଟି ଓଡିଆଙ୍କୁ ଆଘାତ ଦେଇଛି
 ଅପରିପକ୍ୱତା, ଅନଭିଜ୍ଞତା ଓ ଅସହିଷ୍ଣୁତାର ପରିଚୟ ଦେଉଛି ବିଜେପି
 କ୍ରୀଡାମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗନ୍ତୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି ଭାବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ଏହା ତାଙ୍କର ଅପରିପକ୍ୱତା ଓ ଅସହିଷ୍ଣୁତାର ପରିଚୟ ଦେଇଛି ବୋଲି ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର ।
ଡ.ସାମନ୍ତସିଂହାର ଆହୁରି କହିଛନ୍ତି ଯେ, ବିଜେପି ସରକାର ବୋଧହୁଏ ଓଡିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କ ଖ୍ୟାତିକୁ ହଟାଇବାକୁ ଲାଗିପଡିଛନ୍ତି । ଏହା ଓଡିଆ ଜାତି ପାଇଁ ଦୁର୍ଭାଗ୍ୟର କଥା । ବିଜୁ ବାବୁଙ୍କ ନାଁ ହଟେଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ସାଢେ ୪ କୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜୁ ବାବୁ ଓଡିଆ ଜାତିର ଅସ୍ମିତାର ପରିଚୟ କି ନୁହେଁ ।
ଯେଉଁଭଳି ଭାବେ କ୍ରୀଡା ପୁରସ୍କାରରୁ ତାଙ୍କ ନାଁ ହଟାଇଲେ । ସେଥିରୁ ଜଣାପଡୁଛି ଓଡିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ଠିକ୍ ଭାବେ ବୁଝିନି ରାଜ୍ୟ ସରକାର । ନାଁ ବଦଳାଇବା ପାଇଁ ଗତକାଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଖୋଦ୍ କହୁଛନ୍ତି ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରେ ରହିବ । ଏଭଳି ମତ ପାର୍ଥକ୍ୟରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି । ଏଭଳି ଅପରିପକତ୍ୱା ଦେଖାଇ ବିଜେପି ସରକାର ଜନତାଙ୍କ ପାଖରେ ଲୋକହସା ନହେଉ । କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ । ଅନ୍ୟପଟେ କ୍ରୀଡାମନ୍ତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିବେ କି ବୋଲି ପ୍ରଶ୍ନ କରିଛନ୍ତି ଡ. ସାମନ୍ତସିଂହାର ।
ସମ୍ବିଧାନରେ ଅଛି ‘ସାମୂହିକ ଉତ୍ତରଦାୟିତ୍ୱ’ । ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଭିନ୍ନ ମନ୍ତ୍ରୀ ବିଭିନ୍ନ ସମୟରେ ଦାୟିତ୍ୱହୀନ ବୟାନବାଜୀ କରୁଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର ମଧ୍ୟ କରୁଛନ୍ତି । ଅନେକ ସମୟରେ ରାଜ୍ୟହିତରେ କମ୍ ବରଂ ପୂର୍ବ ବିଜେଡି ସରକାର ଏବଂ ତାଙ୍କ ନେତାଙ୍କ ବିରୋଧରେ ଆକ୍ରୋଶମୂଳକ ରାଜନୀତି ଓ ପ୍ରତିଶୋଧପରାୟଣ ରାଜନୀତି କରି ନେତାଙ୍କୁ ନିନ୍ଦୀତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ବିଜେପି ସରକାର ଭୂଲିବା ଉଚିତ ନୁହେଁ । ଶାସନ ଗୋଟିଏ ନିରନ୍ତର ପ୍ରକ୍ରିୟା ଏବଂ ପୂର୍ବ ସରକାରଙ୍କର ଲୋକାଭିମୂଖୀ କାର୍ଯ୍ୟ ଗୁଡିକୁ ସ୍ୱୀକାର କରି ଆଗେଇନେବା ହେଉଛି ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା କିନ୍ତୁ ବିଜେପି ଯେଉଁଭଳି ଭାବେ ବିଜୁ ଜନତା ଦଳର ୨୪ ବର୍ଷର ସୁଶାସନ ଏବଂ ବିଜୁ ବାବୁଙ୍କ ଦଶନ୍ଧି ଦଶନ୍ଧି ଧରି ଅବଦାନକୁ ଜନମାନସ ଏବଂ ଇତିହାସରୁ ହଟାଇବା ପାଇଁ ଅପଚେଷ୍ଟା କରୁଛି । ଏହା ନିନ୍ଦନୀୟ ଏଥିରୁ କ୍ଷାନ୍ତ ରୁହନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking