24.1 C
Bhubaneswar
Tuesday, March 24, 2026
Homeଓଡିଶାଓଡ଼ିଆ ଅସ୍ମିତାକୁ ମାଡ଼: ଏଥର ଦିଲ୍ଲୀରେ ଗଡିବନି ପ୍ରଜ୍ଞାପନ ମେଢ଼

ଓଡ଼ିଆ ଅସ୍ମିତାକୁ ମାଡ଼: ଏଥର ଦିଲ୍ଲୀରେ ଗଡିବନି ପ୍ରଜ୍ଞାପନ ମେଢ଼

 ଗତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଥିଲା
 ଏବର୍ଷ ମନୋନୀତ ନହେବା କ୍ଷୋଭର ବିଷୟ
 ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି
ଭୁବନେଶ୍ୱର, : ଚଳିତବର୍ଷ ଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନ ଗଡିବା ଏକ କ୍ଷୋଭର ବିଷୟ ବୋଲି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ବିବୃତିରେ କହିଛନ୍ତି। ଓଡ଼ିଆ ଅସ୍ମିତା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଓ ଡବଲ ଇଂଜିନ ସରକାର ଶାସନ ସମୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ୱୀକୃତି ନମିଳିବା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ କର୍ତ୍ତବ୍ୟପଥରେ ଐତିହ୍ୟ ଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ କରାଯାଇଥିଲା ଓ ଓଡ଼ିଶାର ଏହି ମେଢ଼ ପ୍ରଥମ ପୁରସ୍କାର ହାସଲ କରିଥିଲା। ୨୦୨୫ ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶା ତରଫରୁ ମାଣିଆବନ୍ଧ ଶାଢ଼ୀ, ହସ୍ତଶିଳ୍ପ ଓ ମନ୍ଦିର ମାଳିନୀ ଭୁବନେଶ୍ୱରକୁ ମଡେଲ ଭାବେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏ ବର୍ଷ ମନୋନୀତ ହୋଇଥିବା ପ୍ରଜ୍ଞାପନ ମେଢ଼ ମଧ୍ୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳି ନାହିଁ। କିନ୍ତୁ କେଉଁ କାରଣରୁଏହାକୁ ମନୋନୀତ କରାଯାଇନାହିଁ ତାହା ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking