15.1 C
Bhubaneswar
Tuesday, January 20, 2026
Homeଓଡିଶାଚାପର ବଶବର୍ତ୍ତୀ ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ମୁଖ୍ୟମନ୍ତ୍ରୀ:...

ଚାପର ବଶବର୍ତ୍ତୀ ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ମୁଖ୍ୟମନ୍ତ୍ରୀ: ବିଜେଡି

 ଦଳୀୟ ନେତାଙ୍କ ଚାପରେ ଅସହାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
 ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ୨୪ ଘଌକ୍ଷଗ୍ଧ;ା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ
ଭୁବନେଶ୍ୱର, : ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଜଣେ ଅସହାୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡଃ ସସ୍ମିତ ପାତ୍ର । ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଘୋଷଣା ପରବର୍ତ୍ତୀ ସମୟରେ ପୁଣି ବଦଳି ଯାଉଛି ।
କିଛି ଦିନ ତଳେ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ଦଳୀୟ ନେତା ଓ ବିଧାୟକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ତା ପରଦିନ ପୁଣି ମୁଖ୍ୟମନ୍ତ୍ରୀ କହିଲେ ଏହା ସରକାରଙ୍କ ବିଚାରାଧୀନ ଅଛି । ଏଭଳି ଆଚରଣ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ଶୋଭନୀୟ ନୁହେଁ । ଗତ ଅଗଷ୍ଟ ମାସ ୮ ତାରିଖରେ ମାନ୍ୟବର ସାଂସଦ ଡଃ ସସ୍ମିତ ପାତ୍ର ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିକଟରେ ଏହା ବିଚାରାଧୀନ ଅଛି ଏବଂ ରାଜ୍ୟ ସରକାର ସବିଶେଷ ନିଷ୍ପତ୍ତି ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ । ସରକାରକୁ ଆସିବାର ୩ ମାସ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତି କେନ୍ଦ୍ରକୁ ଅବଗତ କରାଇ ନାହାନ୍ତି । ନିଷ୍ପତ୍ତି ନେବା ପରିବର୍ତ୍ତେ ନିଜେ ବିଧାନସଭାରେ କରିଥିବା ଘୋଷଣାକୁ ଦଳୀୟ ନେତୃମଣ୍ଡଳୀ ଓ ବିଧାୟକଙ୍କ ଚାପରେ ୟୁ ଟର୍ଣ୍ଣ ନେଇ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ଓଡ଼ିଶାବାସୀ ଦେଖିଥିଲେ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଅସହାୟତା ଦେଖି ରାଜ୍ୟବାସୀ ଅତ୍ୟନ୍ତ ଦୁଃଖିତ । ଆମେ ଅନୁରୋଧ କରୁଛୁ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ସବିଶେଷ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେବେ । ନଚେତ୍ ରାଜ୍ୟବାସୀ ଅନୁଭବ କରିବେ ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ଥିଲା ଏବଂ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡଃ ଲେନିନ୍ ମହାନ୍ତି, ଡଃ ପ୍ରିୟବ୍ରତ ମାଝୀ ଏବଂ ତୁମ୍ଭନାଥ ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking