32.1 C
Bhubaneswar
Wednesday, September 18, 2024
Homeଓଡିଶାବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

ବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

. ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର
. ଓଡିଶାକୁ ସେମି କଣ୍ଡକ୍ଟର ହବ କରିବାରେ ନବୀନ ସରକାରଙ୍କ ଭୂମିକା ଅନନ୍ୟ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରୁଥିବା ଦେଖିବାକୁ ମିଳୁଛି । ଖବର କାଗଜ ମାନଙ୍କରେ ଏହାକୁ ନେଇ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି । ନିକଟରେ ମୁଖ୍ୟମନ୍ତ୍ରୀ ସେମି କଣ୍ଡକ୍ଟର ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ନବୀନଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡିଶା ଏକ ଆଇଟି ହବ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରି ।ରିଥିଲା । ଏହି କାରଣରୁ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଯଥା ଡେଲଏଟ, ଆଇବିଏମ, କଗନିଜାଣ୍ଟ, କେପଯେମିନି ଇତ୍ୟାଦି ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିଲେ । ସେହି ରି, ସେମି କଣ୍ଡକ୍ଟର ଶିଳ୍ପକୁ ଓଡ଼ିଶାରେ ପ୍ରତିଷ୍ଠିତ କରିବା ପାଇଁ, ନବୀନ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରିଥିଲେ । ଏହାଛଡା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ଯାହାର ଫଳ ସ୍ୱରୂ ଅନେକ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଥିଲା । ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା, ଯେଉଁ ଗୁଡିକୁ ଆଜି ରାଜ୍ୟ ବିଜେପି ସରକାର କେବଳ ରିବନ କାଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking