17.1 C
Bhubaneswar
Wednesday, January 21, 2026
Homeଓଡିଶାବିଜେପି ସରକାରଙ୍କ ଅଭିଯୋଗ ଶୁଣାଣି କେବଳ ବିଜେପି କର୍ମୀଙ୍କ ପାଇଁ ସୀମିତ ନରହୁ: ବିଜେଡି

ବିଜେପି ସରକାରଙ୍କ ଅଭିଯୋଗ ଶୁଣାଣି କେବଳ ବିଜେପି କର୍ମୀଙ୍କ ପାଇଁ ସୀମିତ ନରହୁ: ବିଜେଡି

 ରାଜ୍ୟର ସମସ୍ତ ନାଗରିକଙ୍କ ଅଭିଯୋଗ ଶୁଣିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ
 ଅଭିଯୋଗ ଶୁଣାଣି ନାମରେ ନିଜ ଦଳୀୟ କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ ?
ଭୁୁବନେଶ୍ୱର, : ବିଜେଡି ମୁଖ୍ୟାଳୟ ଶଙ୍ଖ ଭଵନଠାରେ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିଜେପି ରାଜ୍ୟ କାର‌୍ୟ୍ୟାଳୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଉପରେ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ପ୍ରତିନିଧି ଭାବେ ମନ୍ତ୍ରୀମାନଙ୍କ ରାଜ୍ୟର ପ୍ରତିଟି ନାଗରିକ ପ୍ରତି ଗୁରୁ ଦାୟିତ୍ୱ ରହିଛି । ମନ୍ତ୍ରୀ ଭାବେ ସେମାନେ ଅଭିଯୋଗ ଶୁଣାଣି କରି ତାର ସମାଧାନ କରିବା ସେମାନଙ୍କର କର୍ତ୍ତବ୍ୟ। କିନ୍ତୁ ଦଳ କାର‌୍ୟ୍ୟାଳୟରେ ମନ୍ତ୍ରୀମାନଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନ ସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।
ନିଜ ଦଳ କାର‌୍ୟ୍ୟାଳୟରେ ଅଭିଯୋଗ ଶୁଣିବା ଅର୍ଥ ଅଭିଯୋଗ ଶୁଣାଣି କେବଳ ନିଜ ଦଳୀୟ କର୍ମୀଙ୍କ ପାଇଁ ଉଦିଷ୍ଟ। ତେଣୁ ରାଜ୍ୟ ସରକାରଙ୍କ ଏହି ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମ କେବଳ ନିଜ ଦଳୀୟ କର୍ମୀଙ୍କ ପାଇଁ ସୀମିତ ନରହୁ । ଅଭିଯୋଗ ଶୁଣାଣି ଏକ ସ୍ୱାଗତଯୋଗ୍ୟ କାର‌୍ୟ୍ୟକ୍ରମ କିନ୍ତୁ ରାଜ୍ୟର ପ୍ରତିଟି ନାଗରିକଙ୍କୁ ଅଭିଯୋଗ ଶୁଣାଣି ନାମରେ ନିଜ ଦଳୀୟ କାର‌୍ୟ୍ୟାଳୟକୁ ଆସିବାକୁ ବାଧ୍ୟ କରିବା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାନ୍ତି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking