21.1 C
Bhubaneswar
Saturday, December 20, 2025
Homeଓଡିଶାବିଜେଡ଼ି ସରକାର ବେଳର ନିଷ୍ପତ୍ତିକୁ କପି ପେଷ୍ଟ କରିବା ବନ୍ଦ କରୁ ବିଜେପି ସରକାର :...

ବିଜେଡ଼ି ସରକାର ବେଳର ନିଷ୍ପତ୍ତିକୁ କପି ପେଷ୍ଟ କରିବା ବନ୍ଦ କରୁ ବିଜେପି ସରକାର : ବିଜେଡ଼ି

– ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତି ମାର୍ଚ୍ଚରେ ହୋଇଥିଲା
– କ୍ୟାବିନେଟରେ ପୁରୁଣା ନିଷ୍ପତିକୁ ଆଣି ହାସ୍ୟାସ୍ପଦ ସ୍ଥିତିକୁ ସାମ୍ନା କରିଛନ୍ତି
– ପହଣ୍ଡି ବିଭ୍ରାଟ ଉପରୁ ନଜର ହଟାଇବାକୁ ଏଭଳି ତର ବରିଆ କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ୱର :ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ମେୟର ତଥା ବିଜେଡ଼ିର ବରିଷ୍ଠ ନେତା  ସୁବାସ ସଂ କହିଥିଲେ, ରାଜ୍ୟ କ୍ୟାବିନେଟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ପାରିତ ପ୍ରସ୍ତାବ ଦେଖି ଆଜିମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ଗତ ମାର୍ଚ୍ଚ ୧୩, ୨୦୨୪ତାରିଖରେକ୍ୟାବିନେଟରେ ପ୍ରସ୍ତାବ ପାରିତ ପରେଏନେଇସରକାରଙ୍କ ପକ୍ଷରୁବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୪ ମାର୍ଚ୍ଚମାସ ୧୫ ତାରିଖରୁ ବର୍ଦ୍ଧିତ ମଜୁରୀକୁ କାର୍ଯ୍ୟକାରୀ କରିବାକୁ ଶ୍ରମ ସଚିବ ନିର୍ଦ୍ଦେଶ ନାମା ଜାରି କରିଥିଲେ । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀଏବଂଉଚ୍ଚକୁଶଳୀକାରିଗରଙ୍କ ପାଇଁଶ୍ରୀ ନବୀନ ପଟ୍ଟନାୟକ, ୩ ମାସତଳେ ଯାହାଘୋଷଣାକରିକାର୍ଯ୍ୟକାରୀକରିଥିଲେ, ତାକୁସମାନ ଢଙ୍ଗରେ ଆଣିଛନ୍ତି ନୂଆସରକାର । ଯାହାସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଶ୍ଚର୍ଯ୍ୟର କଥା, ନୂଆସରକାର ଆସିବା ପରେବସିଥିବା ଦ୍ୱିତୀୟକ୍ୟାବିନେଟରେସମାନ ପ୍ରସ୍ତାବକୁ ଆଣି ପୁଣି ପାରିତକରାଯାଇଛି ଓ ମୁଖ୍ୟମନ୍ତ୍ରୀ ନିଜେଗଣମାଧ୍ୟମକୁଏନେଇସୂଚନା ଦେଇଛନ୍ତି ।ବିଡମ୍ବନାର କଥା ଯେ, ପୂର୍ବସରକାରବେଳୁ ଯେ ଏଭଳି ନିଷ୍ପତିକାର୍ଯ୍ୟକାରୀହୋଇସାରିଛି, ତାହା ନୂଆସରକାରଙ୍କୁଜଣାନାହିଁ ।ଲାଗୁଛି, ଆଡପ ପହଣ୍ଡିବିଜେବେଳେହୋଇଥିବାବିଭ୍ରାଟରୁ ନଜର ହଟାଇବାକୁଏଭଳିତରବରିଆଭାବେକ୍ୟାବିନେଟରେ ପୁରୁଣା ନିଷ୍ପତିକୁ ଆଣିହାସ୍ୟାସ୍ପଦ ସ୍ଥିତିକୁସରକାରସାମ୍ନାକରିଛନ୍ତି ।

ବିଜେଡିସଭାପତିଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ । ଆଉ ସେହିକ୍ରମରେ ଗତ ମାର୍ଚ୍ଚ ମାସରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଏକକାଳିନ ୧୦୦ ଟଙ୍କା ବୃଦ୍ଧି କରିଥିଲେ, ଯାହା ସାରା ଦେଶରେ ବିରଳ ଥିଲା । ତେଣୁ ନବୀନ ବାବୁଙ୍କସମୟର ନିଷ୍ପତିକୁ ପୁଣିଥରେମିଡିଆ ଆଗରେ ଆସି ଘୋଷଣା କରି ଯେଉଁ ବାହାବା ନେବାକୁ ନୂଆସରକାର ଉଦ୍ୟମକରୁଛନ୍ତି, ଏଥିରେସେମାନେ ସଫଳହେବେନାହିଁ । ସାରା ଦେଶରେ ଶ୍ରମିକଙ୍କ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଶ୍ରୀ ନବୀନ ପଟ୍ଟନାୟକ ନଜିରସୃଷ୍ଟିକରିଛନ୍ତି ।ଏହିସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking