ଭୁବନେଶ୍ୱର: ବିଧାନସଭା ବାହାରେ ବିଜେଡି ଓ କଂଗ୍ରେସ ସଦସ୍ୟ ଧାରଣା ଦେଇ ବସିଛନ୍ତି । ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ବିକ୍ଷୋଭ କରିଛନ୍ତି । ଅନ୍ୟପଟେ ଆଜି ସକାଳେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ । ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ ସଂରକ୍ଷଣ ପାଇଁ ବିଜେଡି ଦାବି କରିଛନ୍ତି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି ।