19.1 C
Bhubaneswar
Friday, February 13, 2026
Homeଓଡିଶାଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟତୃତୀୟା ଦିବସ

ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟତୃତୀୟା ଦିବସ

ଭୁବନେଶ୍ୱର: ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମମାଟି ଜୟଦେବ ନିର୍ବାଚନ ମଣ୍ଡଳୀଠାରେ ଚାଷୀମାନଙ୍କ ଗଣପର୍ବ ରାଜ୍ୟସ୍ତରୀୟ ଅକ୍ଷୟତୃତୀୟା ଉତ୍ସବ ବିଜୁଜନତା ଦଳ ତରଫରୁ ବାଲିଅନ୍ତା ବ୍ଲକ ପୁରୁଣା ପ୍ରଧାନ ଗ୍ରାମ ପଞ୍ଚାୟତଠାରେ ମହା ସମାରୋହରେ ପାଳନ କରାଯାଇଅଛି। ଅକ୍ଷୟତୃତୀୟା ରାଜ୍ୟ କୃଷକ ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ।ଏହି ଦିନ ଚଷା ପୁଅ ଭଗବାନକୁ ସ୍ମରଣ କରି ଭଲ ଫସଲ ପାଇବା ପାଇଁ ବିଲରେ ବିହନ ବୁଣି ତାର ଚାଷକାର୍ଯ୍ୟ ଆରମ୍ଭ କରେ ।

ଆଜି ସକାଳ ୧୦ ଘଟିକା ସମୟରେ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ମାନେ ବାଲିଅନ୍ତା ବ୍ଲକ ପୁରୁଣା ପ୍ରଧାନ ପଞ୍ଚାୟତ ଅଫିସଠାରେ ଉପସ୍ଥିତହୋଇଥିଲେ। ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ନେତୃମଣ୍ଡଳୀଙ୍କୁ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ। ଦଳର ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ସଭାସ୍ଥଳରେ ପ୍ରଦୀପ ପ୍ରଜ୍ୱଳନ କରିକ୍ଷେତକୁ ଯାଇ ଅଖିମୁଠି ଅନୁକୂଳ କରିଥିଲେ। ତାଙ୍କସହିତ ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂହ, ରାଜ୍ୟ ମିଡିଆ ସହ ସଂଯୋଜକ ଡ଼ ଲେନିନ ମହାନ୍ତି, ବରିଷ୍ଠ ନେତା କୌଳାସ ଚନ୍ଦ୍ର ମହାପାତ୍ର, ଚନ୍ଦନ ପାତ୍ର, ଦୁର୍ଗାସାମନ୍ତରାୟ, ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷା କନକଲତାମହାନ୍ତି, ବାଲିଅନ୍ତ  ବାଲିପାଟଣାବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ।

ଅଖିମୁଠି ଅନୁକୂଳ ପରେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ଙ୍କ ସଭାପତିତ୍ୱରେ ଏକ ସାଧାରଣସଭା ଅନୁଷ୍ଠିତହୋଇଥିଲା। ଏଥିରେ ଶ୍ରୀ ଦାସବର୍ମା କହିଥିଲେ ଯେ, ଚାଷୀ କୂଳର ଶୁଭମନାସିବା ସହ ଚାଷୀର କ୍ଷେତରେ ସୁନାର ଫସଲ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ବିଗତ ଦିନରେ ନବୀନ ବାବୁ କିଭଳି ଚାଷୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଥିଲେ ତାହା ପ୍ରକାଶ କରିଥିଲେ।ସେହିଭଳି ଶ୍ରୀ ପଣ୍ଡା ମଧ୍ୟ କହିଥିଲେ ଯେ, ଚାଷୀର ସମୃଦ୍ଧିରେ ରାଜ୍ୟ ହୁଏ ସମୃଦ୍ଧି।ଚାଷ କ୍ଷେତ୍ରରେ ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶା କିଭଳି ଆତ୍ମନିର୍ଭରଶୀଳ ହୋଇପାରିଛି ତାହା ସେଉପସ୍ଥାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking