ଭଦ୍ରକ: ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଗରପଡ଼ା ବଜାରକୁ ଏନ୍ଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଫଳରେ ଦୋକାନ ବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିବା ସହ ଗାଡ଼ି ଚଳାଚଳ ସମ୍ପୂର୍ଣ ଠପ୍ ହୋଇଛି। ପୂର୍ବରୁ ବିଜେଡି ସରକାର ସମୟରେ ଘୋଷଣା ହୋଇଥିବା ଏନ୍ଏସି ତାଲିକାରେ ଆଗରପଡ଼ା ରହିଥିଲା। କିନ୍ତୁ ସରକାର ବଦଳିବା ପରେ ନୂଆ ଭାଜପା ସରକାର ନିକଟରେ ୮ ଟି ସ୍ଥାନକୁ ଏନ ଏସି ଘୋଷଣା କରଛନ୍ତି। ଭଦ୍ରକ ଜିଲାର ଧୂଷୁରୀ ଓ ତିହିଡ଼ିକୁ ଏନ୍ଏସି ଘୋଷଣା କରାଯାଇ ଥିବା ବେଳେ ଆଗରପଡ଼ାକୁ ବାଦ ଦିଆଯିବା ସରକାରଙ୍କର ଦୁର୍ଭାଗ୍ୟର ବିଷୟ ବୋଲି ବିଜେଡି ନେତାମାନେ କହିଛନ୍ତି। ଏହାକୁ ବିରୋଧ କରିବା ସହ ଆଗରପଡ଼ା ଭଳି ଏକ ପ୍ରମୁଖ ସ୍ଥାନକୁ ତୁରନ୍ତ ଏନ୍ଏସି ଘୋଷଣା କରିବାକୁ ଦାବି କରିଛନ୍ତି।









