21.1 C
Bhubaneswar
Sunday, January 18, 2026
Homeଓଡିଶାମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ନବୀନ ସରକାରଙ୍କ ନିଷ୍ପତ୍ତି ଥିଲା: ବିଜେଡି

ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ନବୀନ ସରକାରଙ୍କ ନିଷ୍ପତ୍ତି ଥିଲା: ବିଜେଡି

 କେବଳ ବାହାଦୁରି ନେବା ପାଇଁ ନୂଆ ବିଜ୍ଞପ୍ତି
 ଋତୁଶ୍ରାବ ଛୁଟି ଆବେଦନ କରିବା ମହିଳାଙ୍କ ପାଇଁ ମାନସିକ ନିର୍ଯାତନା ହେବ
 ୫୫ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହି ଛୁଟିରୁ ବଞ୍ଚିତ କରିବା ଯୁକ୍ତିଯୁକ୍ତ ନୁହେଁ
 ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ମହିଳା କର୍ମଚାରୀ ବିରୋଧୀ ଓ ଏହା ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁର୍ଣ୍ଣ କରିବ
ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ତରଫରୁ ୧୧ ନଭେମ୍ୱର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା କର୍ମଚାରୀ ମାନଙ୍କ ମାସିକ ଋତୁଶ୍ରାବ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଅଧିକ ୧୨ ଦିନର ଛୁଟି କିଛି ନୂଆ କଥା ନୁହେଁ ଓ ଏହା ପୂର୍ବ ସରକାରଙ୍କ ସମୟରେ ୧୨ ମାର୍ଚ୍ଚ ୨୦୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିର କପି ପେଷ୍ଟ। କେବଳ ବାହାଦୁରୀ ନେବା ଉଦ୍ଦେଶ୍ୟରେ ପୂର୍ବ ସରକାରଙ୍କ  ୧୦ ଦିନ ଛୁଟି ବିଜ୍ଞପ୍ତି ବାତିଲ କରି ୧୨ ଦିନ ନୂଆ ବିଜ୍ଞପ୍ତି କରାଯାଇଛି ବୋଲି ଦଳର ମୁଖପାତ୍ର ସୋଫିଆ ଆଲମ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି।
ଏହି ବିଜ୍ଞପ୍ତିର ବ୍ୟବସ୍ଥା ଅନୁଯାୟୀ ମହିଳା କର୍ମଚାରୀ ମାନଙ୍କୁ ପ୍ରତି ମାସରେ ଏହି ଅତିରିକ୍ତ ଛୁଟିକୁ ସେହି ମାସରେ ନେବା ବାଧ୍ୟତାମୂଳକ କରାଯାଇଛି, ନ ନେଲେ ଏହା  ବାତିଲ ହେବ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ସେ ଭଲ ଭାବରେ ଜାଣନ୍ତି ଜ୍ଞରଦ୍ଭଗ୍ଦଙ୍କକ୍ସବଗ୍ଧସକ୍ଟଦ୍ଭ ମଚ୍ଚମକ୍ଷର ଇଂରାଜୀ ବା ଓଡ଼ିଆ ମାସ ଅନୁସାରେ ଆସେନାହିଁ। ଏହା ଚବିଶରୁ ଅଠେଇଶ ବେଳେ ବେଳେ ଅଧିକ ଦିନରେ ହୋଇଥାଏ । ଗୋଟିଏ ଇଂରାଜୀ ମାସରେ ଦୁଇ ଥର କ୍ଟ୍ରରକ୍ସସକ୍ଟୟର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ମାସର ପ୍ରଥମ ତାରିଖରେ ଋତୁଶ୍ରାବ ହୋଇଥିଲେ ତାଙ୍କ ପରବର୍ତ୍ତୀ ଋତୁଶ୍ରାବ ସେହି ମାସର ଶେଷ ସପ୍ତାହରେ ମଧ୍ୟ ହୋଇପାରେ। ଏହି କ୍ଷେତ୍ରରେ, ସେହି ମହିଳା ଦ୍ୱିତୀୟ ଛୁଟି ପାଇବାରୁ ବଞ୍ଚିତ ହେବେ ବୋଲି ମୁଖପାତ୍ର ଆଲମ କହିଥିଲେ।
ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ପ୍ରଧାନ୍ୟ ଦେଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ୧୨ ମାର୍ଚ୍ଚ ୨୦୨୪ରେ ପ୍ରକାଶିତ ବିଜ୍ଞପ୍ତିରେ ମହିଳା ମାନଙ୍କ ଋତୁଶ୍ରାବ ଜନିତ ସମସ୍ୟାକୁ ଆଖିରେ ରଖି ଅଧିକ ୧୦ ଦିନର ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା। କିନ୍ତୁ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଋତୁଶ୍ରାବ ଜନିତ ଛୁଟି ବୋଲି ଉଲ୍ଲେଖ କରାଯାଇ ନଥିଲା। ତେଣୁ ଏ ବିଜ୍ଞପ୍ତି ମହିଳା କର୍ମଚାରୀ ବିରୋଧୀ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବାରୁ ଏ ବିଜ୍ଞପ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ବିଜେଡି ଦାବି କରୁଛି ।
୧୧ ନଭେମ୍ୱରରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ୧୦ ଦିନର ଛୁଟିକୁ ୧୨ ଦିନ କରାଯାଇଛି। କିନ୍ତୁ, ଏହି ଛୁଟି ୫୫ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତାଛଡା, ପ୍ରତି ମାସର ଛୁଟି ସେହି ମାସରେ ନେବାକୁ ହେବ ବୋଲି ମଧ୍ୟ କୁହାଯାଇଛି। ପୂର୍ବ ସରକାର ୧୦ ଦିନ ଛୁଟି ଘୋଷଣା କରିଥିବା ବେଳେ, ଏହି ବିଜ୍ଞପ୍ତି କେବଳ ନିଜର ବାହାବା ନେବା ପାଇଁ ଉର୍ଦ୍ଦିଷ୍ଟ । ତାଛଡା, ଋତୁଶ୍ରାବ ଏକ ବ୍ୟକ୍ତିଗତ ଓ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ମହିଳା କର୍ମଚାରୀ ମାନେ ଋତୁଶ୍ରାବ ପାଇଁ ଛୁଟି ଦରଖାସ୍ତ କରିବା ପାଇଁ ଅସ୍ୱାଭାବିକତା ଅନୁଭବ କରିବେ। ୫୫ ବର୍ଷରୁ ଉର୍ଦ୍ଧ୍ୱ ମହିଳା କର୍ମଚାରୀଙ୍କୁ ଏହି ଛୁଟିରୁ ବଞ୍ଚିତ କରିବା ଯୁକ୍ତିଯୁକ୍ତ ହୋଇନାହିଁ ବୋଲି ମୁଖପାତ୍ର ଆଲମ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking