31.1 C
Bhubaneswar
Tuesday, March 24, 2026
Homeଓଡିଶାନୂଆପଡ଼ା ଉପନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡିର ଅପିଲ୍

ନୂଆପଡ଼ା ଉପନିର୍ବାଚନରେ ସ୍ୱଚ୍ଛତା ରକ୍ଷା ପାଇଁ ବିଜେଡିର ଅପିଲ୍

ସରକାରୀ ଯୋଜନା ଆଳରେ ଦଳୀୟ ପ୍ରଚାର
ପୁଣି ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ ନେଇ ଶାସକ ବିଜେପି ବିରୋଧରେ ପୁଣି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଆଜି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେଡି ନେତୃବୃନ୍ଦ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଏବଂ ବିଜେପି ବିରୋଧରେ ଫେରାଦ୍ ହୋଇ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଭଳି ସଙ୍ଗୀନ ଅଭିଯୋଗ କରିଛି । ବିଜେଡି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି ଯେ ଚଳିତ ମାସ ୨୫ରେ ନୂଆପଡ଼ାରେ ବିଜେପି ପକ୍ଷରୁ “ସୁଭଦ୍ରା ଶକ୍ତି ସମାବେଶ” ନାମରେ ଏକ ସଭା ଆୟୋଜନ କରାଯାଇଥିଲା । କିନ୍ତୁ ପ୍ରକାରାନ୍ତରରେ ଏହାକୁ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସଭା ବୋଲି ଦର୍ଶାଯାଇଥିଲା । ଏହି ସଭାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢ଼ୋଲକିଆ ଓ ଅନ୍ୟାନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ । ବିଜେଡି ଅଭିଯୋଗ କରିଛି ଯେ, ସରକାରୀ ଯୋଜନାର ନାମ ଓ ହିତାଧିକାରୀଙ୍କୁ ଦଳୀୟ ପ୍ରଚାର ପାଇଁ ବ୍ୟବହାର କରାଯାଇଛି, ଯାହା ନିର୍ବାଚନ ଆଚରଣବିଧିର ସ୍ପଷ୍ଟ ଉଲଂଘନ ଓ ସରକାରୀ ଯୋଜନାର ଦୂରୁପଯୋଗ ବୋଲି ବିଜେଡି କହିଛି ।

ତେଣୁ ଏହି ଘଟଣା ଉପରେ ତକ୍ରାଳ ନିରପେକ୍ଷ ତଦନ୍ତ ଆରମ୍ଭ କରିବା ସହ ନିର୍ବାଚନ ଆଚରଣବିଧି ଓ ଜନପ୍ରତିନିଧି ଆଇନ ୧୯୫୧ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ସିଇଓଙ୍କ ନିକଟରେ ଦାବି ଜଣାଇଛି । ସିଇଓଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସ୍ୱାଧୀନତା ରକ୍ଷା ହେବା ନିତ୍ୟାନ୍ତ ଆବଶ୍ୟକ । ସରକାରୀ ଯୋଜନାକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଲୋକତନ୍ତ୍ର ପ୍ରତି ବଡ଼ ବିପଦ । ତେଣୁ ଆମ ଅଭିଯୋଗ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ । ବିଜେଡିର ଏହି ପ୍ରତିନିଧି ଦଳରେ ଡ.ଲେନିନ ମହାନ୍ତି, ସୁମିତ୍ରା ଜେନା, ମିହିର ରାୟ, ନାରାୟଣ ଜେନା, ସଂଗ୍ରାମ ମହାପାତ୍ର, ରିତାଞ୍ଜଳି ପ୍ରଧାନ, ସୋଫିଆ ଆଲମ, ଜ୍ୟୋତ୍ସ୍ନାମୟୀ ପରିଡା, ଅଂଶୁ ତ୍ରିପାଠୀ, ଇଲା ସ୍ୱାଇଁ ଓ ପ୍ରଦୀପ ପଣ୍ଡା ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking