19.1 C
Bhubaneswar
Sunday, February 15, 2026
Homeଓଡିଶାକାମୁଡ଼ିଲା ବିଷାକ୍ତ ସାପ; ଚାଲିଗଲା କାଉଡିଆଙ୍କ ଜୀବନ

କାମୁଡ଼ିଲା ବିଷାକ୍ତ ସାପ; ଚାଲିଗଲା କାଉଡିଆଙ୍କ ଜୀବନ

ଭଦ୍ରକ : କାମୁଡ଼ିଲା ବିଷାକ୍ତ ସାପ ଚାଲିଗଲା କାଉଡିଆଙ୍କ ଜୀବନ। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ ଘଟିଛି ଏଭଳି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ହିମାଂଶୁ ମାଝି। ତାଙ୍କ ଘର ଧାମନଗର ଥାନା ଅନ୍ତର୍ଗତ ପାଟୁଲିରେ ବୋଲି ଜଣାଯାଇଛି। ଆଜି ସକାଳେ ହିମାଂଶୁ ଓ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଜଳଲାଗି ପାଇଁ ଆରଡ଼ି ଅଭିମୁଖେ ଯାଉଥିଲେ। ବେତାଳି ଗାଁ ନିକଟ ବୈତରଣୀ ନଦୀ ଘାଟରୁ ପାଣି ଉଠାଇ ଯାଉଥବା ବେଳେ ଆରଡ଼ି ବସଷ୍ଟାଣ୍ଡ ନିକଟରେ ହିମାଂଶୁଙ୍କୁ ସାପ କାମୁଡି ଦେଇଥିଲା ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିମାଂଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking