31.1 C
Bhubaneswar
Monday, March 30, 2026
Homeଦେଶ ବିଦେଶପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ; ସଲମାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ

ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ; ସଲମାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ

ପାଟନା: “ସଲମାନ ଖାନ୍‌ଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ”। ବିହାରର ପୁର୍ଣ୍ଣିଆ ଲୋକସଭା ଆସନରୁ ସାଂସଦ ଥିବା ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନ୍ ଖାନ୍ ମାମଲାରୁ ଦୂରେଇ ରହିବାକୁ ଏପ୍ରକାର ଧମକ ଦେଇଛି। ପପୁଙ୍କୁ ଫୋନ୍ ଯୋଗେ ଏପ୍ରକାର ଧମକ ମିଳିଥିବା କୁହାଯାଉଛି। ଏପରିକି ଫୋନ୍ କରି ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି। ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପପୁଙ୍କ କହିବାନୁସାରେ ଅଭିଯୁକ୍ତ କୁଆଡେ ତାଙ୍କୁ କହିଛି ଯେ, ଲରେନ୍ସ ଜେଲରେ କର୍ମଚାରୀଙ୍କୁ ପ୍ରତି ଘଣ୍ଟାରେ ୧ ଲକ୍ଷ ଟଙ୍କା ଦେଇ ତାଙ୍କ ସହିତ ଫୋନ ଜରିଆରେ କଥା ହେବାକୁ ଉଦ୍ୟମ କରୁଛି। କିନ୍ତୁ ସେ (ପପୁ ଯାଦବ) ଭୟରେ ଫୋନ ଉଠାଉନାହାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ। ଯଦି ଆଇନ ତାଙ୍କୁ ଅନୁମତି ଦିଏ ସେ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟୱର୍କକୁ ଧ୍ୱଂସ କରିଦେବି ବୋଲି ପପୁ କହିଥିଲେ। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ଆସିଥିବା ଫୋନ୍ କଲ୍ ବାସ୍ତବରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ଆସିଥିଲା ନା ବିଷ୍ଣୋଇ ଗ୍ୟାଙ୍ଗ୍ ନାମରେ ଅନ୍ୟ କେହି ଏପ୍ରକାର ଧମକ ଦେଇଛି ସେନେଇ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking