31.1 C
Bhubaneswar
Wednesday, February 11, 2026
Homeଓଡିଶାନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଚ୍ଛା

ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏଥର ଟିକେ ନିଆରା ଢଙ୍ଗରେ ପାଳନ କରୁଛନ୍ତି ବିରୋଧୀ ଦଳ ନେତା ।  ଭୁବନେଶ୍ଵର ଗଙ୍ଗନଗର ୱାର୍ଡ ନମ୍ବର ୫୨ ରେ ନବୀନ ଜନସମ୍ପର୍କ ପଦଯାତ୍ରା କରିବେ । ଏହି ଅବସରରେ ଦଳର କର୍ମୀମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାସହ ଏସଓଏସ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ନବୀନ ବୋଲି ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ନବୀନଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking