ଭୁବନେଶ୍ଵର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା ପ୍ରଦାନ କରିବ । ଗୋଟିଏ ଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ ସେବା ପାଇପାରିବେ । ୟୁନିଫାଏଡ୍ ହାଟ୍ସଆପ୍ ଚାଟ୍ ବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ଵାଟ୍ସଆପ୍ ନମ୍ୱରରେ ସମନ୍ଵିତ କରିବ, ଯାହା ଦ୍ଵାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଇରାକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ଵପୂର୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ । ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ଵାରା ଏହି ବ୍ୟବସ୍ଥା ସହଜ ହୋଇଛି । ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଧିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।
ଉନ୍ନୟନ କମିଶନର ଅନୁ ଗର୍ଗ ସର୍ବସାଧାରଣ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିବା ସହ ସେବା ପ୍ରଦାନରେ ଉତ୍ତରଦାୟିତ୍ଵ ଏବଂ ଏହାର ସରଳତା ବିଷୟରେ ପ୍ରକାଶ କରିଥିଲେ । ୟୁନିଫାଏଡ୍ ହ୍ଵାଟ୍ସଆପ୍ ବଟ୍ ମାଧ୍ୟମରେ ଲୋକମାନେ ସହଜରେ ସେବା ପାଇବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି ।ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୁବିଧାମୁକ୍ତ ସେବା ଯୋଗାଇବା ପାଇଁ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ସେବାଳୁ ଅକ ସୁଲଭ କରିବାରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସମ୍ପ୍ରତି ଓଡ଼ିଶାରେ ଯେ କୌଣସି ଜନସେବା ପାଇବା ପାଇଁ ଚାରିଟି ଉପାୟ ରହିଛି । ସମ୍ପୃକ୍ତ କାର୍ୟ୍ୟାଳୟକୁ ଯିବା (ଅଫ ଲାଇନ୍ ମୋଡ୍), ସମ୍ପୃକ୍ତ କାର୍ୟ୍ୟାଳୟର ୱେବ୍ ପୋର୍ଟାଲକୁ ଯିବା, ସେହି ନିର୍ଦ୍ଦିଷ୍ଟ ସେବାର ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଆକ୍ସେସ୍ କରିବା, କିମ୍ବା ସହାୟକ ସେବା ମାଧ୍ୟମରେ ଏକ ସାଧାରଣ ସେବା କେନ୍ଦ୍ର ବା କମନ ସର୍ଭିସ୍ ସେଣ୍ଟରକୁ ଯାଇ ଆମେ ସେବା ପାଇ ପାରୁଛୁ । ସାର୍ବଜନୀନ ସେବା ପ୍ରଦାନ ପାଇଁ ଅଧିକ ଉପଭୋକ୍ତା-ଅନୁକୂଳ ଏବଂ ଉପ ମୋଜ୍ ର ଆବଶ୍ୟକତାକୁ ସ୍ଵୀକାର କରି, ଆମେ ବିଶ୍ଵାସ କରୁ ଯେ ହ୍ଵାଟ୍ସଆପ୍ ନାଗରିକମାନଙ୍କୁ ଗୋଟିଏ ନମ୍ବର ମାଧ୍ୟମରେ ଗୋଟିଏ ପ୍ଲାଟଫର୍ମରେ ଲଗିତ ସେବା ଗୁଡିକ ହାସଲ କରିବାକୁ ସକ୍ଷମ କରିବ, ଯାହା ଦ୍ରୁତ ଏବଂ ସୁବିଧାଜନକ ସେବାକୁ ସକ୍ଷମ କରିବ ।୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଯାହା ଦ୍ଵାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେ ଗୁଡ଼ିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ ।









