18.1 C
Bhubaneswar
Thursday, February 5, 2026
Homeଓଡିଶାଆରମ୍ଭ ହେଲା ବିରଜା ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗୃହ ସମ୍ପର୍କ ଅଭିଯାନ 

ଆରମ୍ଭ ହେଲା ବିରଜା ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗୃହ ସମ୍ପର୍କ ଅଭିଯାନ 

ଯାଜପୁର: ଯାଜପୁର ବିରଜାକ୍ଷେତ୍ରରୁ ଆରମ୍ଭ ହେଲା ବିରଜା ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଗୃହ ସମ୍ପର୍କ ଅଭିଯାନ। ଅଖିଳଭାରତୀୟ ସାହିତ୍ୟ ପରିଷଦ କ୍ଷେତ୍ର ସଂଗଠନ ମନ୍ତ୍ରୀ ଆଦରଣୀୟ ନାରାୟଣ ନାୟକଙ୍କ ତ୍ବାବଧାନରେ ଏହି ଗୃହ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଯାଜପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଏହି ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ପୂର୍ଵର ସହ ପ୍ରାନ୍ତ ପ୍ରଚାରକ ଆଦରଣୀୟ ଅସିତ କୁମାର ସାହୁ , ଜିଲ୍ଲା ପ୍ରଚାରକ ମନୋଜ କୁମାର ସାହୁ,ବିରଜା ନଗର କାର୍ଯ୍ୟବାହ ଭବାନୀ ଶଙ୍କର ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାନ ର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ସହରବାସୀଙ୍କୁ ଅବଗତ କରିଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସଂଘର ମୁଖ୍ୟ ମୋହନ ଭଗବତ ରାଓ ଜୀଙ୍କ ଆହ୍ୱାନ କ୍ରମେ ପଞ୍ଚ ପରିବର୍ତ୍ତନ ତଥା ସାମାଜିକ ସମରସତା, ପରିବେଶ ସଂରକ୍ଷଣ, ପରିବାର ପ୍ରବୋଧନ, ସ୍ୱ ଆଧାରିତ ଜୀବନ, ନାଗରିକ କର୍ତ୍ତବ୍ୟବୋଧ କୁ ନେଇ ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ଏହି ଅଭିଯାନ ର ମୂଳ ଲକ୍ଷ୍ୟ। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ନଗର ଶାରୀରିକ ପ୍ରମୁଖ ରଘୁନାଥ ସେନାପତି,ନଗର ବ୍ୟବସ୍ଥା ପ୍ରମୁଖ ପ୍ରୀତିକାନ୍ତ ଦାସ, ଲମ୍ବୋଧର ସାହୁ,ରାଜା ଗେଡି, ବିଶ୍ୱନାଥ ଶୁକ୍ଳ, ବ୍ରହ୍ମାନନ୍ଧ ରଣା, ଅନନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking