26.1 C
Bhubaneswar
Thursday, September 19, 2024
Homeଓଡିଶାବାର୍ଡ-ଫ୍ଲୁ : ୩ ମାସ କୁକୁଡ଼ା ଚାଷ ବନ୍ଦ

ବାର୍ଡ-ଫ୍ଲୁ : ୩ ମାସ କୁକୁଡ଼ା ଚାଷ ବନ୍ଦ

ପୁରୀ : ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏଥିପାଇଁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ କୁହାଯାଇଛି। ଏଥିସହ ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ନ କରିବାକୁ କୁହାଯାଇଛି। ଏତ୍‌ବ୍ୟତିତ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠା ନ ଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡା ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରିବା ପାଇଁ କୁହାଯାଇଛି। ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଫାର୍ମ ମାଲିକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking