26.1 C
Bhubaneswar
Sunday, January 18, 2026
Homeଓଡିଶାଚିଲିକା ଓ ପୁରୀ ଡିଭିଜନରେ ପକ୍ଷୀ ଗଣନା ଆରମ୍ଭ

ଚିଲିକା ଓ ପୁରୀ ଡିଭିଜନରେ ପକ୍ଷୀ ଗଣନା ଆରମ୍ଭ

ଚିଲିକା: ଚିଲିକା ବନ୍ୟପ୍ରାଣୀ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ଚିଲିକା ଡିଭିଜନରେ ୫ଟି ରେଞ୍ଜ ବାଳୁଙ୍ଗା, ରମ୍ଭା, ନୂଆପଡା, ସାତପଡ଼ା ଓ ଟାଙ୍ଗୀରେ ୨୨ଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପୁରୀ ଡିଭିଜନରେ ୫ଟି ରେଞ୍ଜରେ ୨୫ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ପୁରୀ ଡିଭିଜନର ଗୋପ, କାକଟପୁର, କୋଣାର୍କ, ବାଲୁଖଣ୍ଡ ଏବଂ ବ୍ରହ୍ମଗିରି ରେଞ୍ଜରେ ଚାଲିଛି ପକ୍ଷୀଗଣନା କାର୍ଯ୍ୟ। ସେଥିମଧ୍ୟରୁ ବ୍ରହ୍ମଗିରି ରେଞ୍ଜ ଅଧୀନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ୫ଟି ରେଞ୍ଜରେ ୨୫ଟି ଟିମରେ ୮୫ ଜଣ ଗଣନାକାରୀ ନିୟୋଜିତ ହୋଇଛନ୍ତି । ବାଇନାକୁଲାର ଓ ଫୋଟୋଗ୍ରାଫି ସାହାଯ୍ୟରେ ପକ୍ଷୀଙ୍କ ଗତିବିଧି ଅନୁଧ୍ୟାନ କରି ଲାଇନ ଟ୍ରାଞ୍ଜକ ମେଥୋଡ଼ରେ ହେଉଛି ପକ୍ଷୀ ଗଣନା କାର୍ଯ୍ୟ। ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଚିଲିକା ସାତପଡ଼ା ରେଞ୍ଜରେ ପକ୍ଷୀଗଣନା କରୁଛନ୍ତି ୪ଟି ଟିମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking