ଭୁବନେଶ୍ୱର : ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା । ସକାଳ ୬ଟା ରୁ ମଧ୍ୟାହ୍ଣ ୧୨ ପର୍ୟ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୬ରୁ ୭ ଜଣ ଗଣନାକାରୀ ରହିବେ । ଗଣନା କାର୍ୟ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟବୁକ ଆଦି ବ୍ୟବହାର କରାଯିବ ।ଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଆଜି ଗଣନାକାରୀଙ୍କୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ। ସେହିପରି ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଓ ସାତପଡ଼ା ମୁହାଣରେ ବଟଲ ରୋଜ ପ୍ରଜାତିର ଡଲଫିନ ଗଣନା ୨୦ ତାରିଖରୁ ଆରମ୍ଭ ହେବ ।