16.1 C
Bhubaneswar
Tuesday, February 10, 2026
Homeଓଡିଶା୩୦ରୁ ଭିତରକନିକାରେ ପକ୍ଷୀ ଗଣନା

୩୦ରୁ ଭିତରକନିକାରେ ପକ୍ଷୀ ଗଣନା

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ। ଚଳିତ ମାସ ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଉଦ୍ୟାନରେ ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ। କନିକା ରେଞ୍ଜରେ ମଠଆଡିଆ ଲକ୍ଷ୍ମୀ ପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦଠିଆରେ ଗଣନା କରାଯିବ। ତିନୋଟି ଦଳ ଏହି ଗଣନାରେ ସାମିଲ ହେବେ। ପ୍ରତି ଦଳରେ ୭ ଜଣଙ୍କୁ ସାମିଲ କରାଯିବ। ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର। ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ରେ ରାମହରି ସାଇଟର ମାନ୍ୟତା ମିଳିଛି। ବର୍ଷା ଋତୁ ଆରମ୍ଭରେ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଦେଶର କୋଣ ଅନୁକୋଣରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking