21.1 C
Bhubaneswar
Sunday, January 18, 2026
Homeଓଡିଶାବିଞ୍ଝାରପୁରୀ ଗୋ ପ୍ରଜାତିର ସଂରକ୍ଷଣ ଓ ଉନ୍ନତି ପାଇଁ ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ପୁରସ୍କୃତ

ବିଞ୍ଝାରପୁରୀ ଗୋ ପ୍ରଜାତିର ସଂରକ୍ଷଣ ଓ ଉନ୍ନତି ପାଇଁ ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ପୁରସ୍କୃତ

ଯାଜପୁର: ଯାଜପୁରର ବିଞ୍ଝାରପୁରୀ ଗୋ ପ୍ରଜାତି ପ୍ରୋତ୍ସାହକ ଓ ଉତ୍ପାଦକ ସମିତି ଗୋ ପ୍ରଜାତିର ସଂରକ୍ଷଣ ଓ ଉନ୍ନତି ପାଇଁ ବଳିଷ୍ଠ ଅବଦାନ ନିମନ୍ତେ “ଜାତୀୟ ପ୍ରଜାତି ସଂରକ୍ଷଣ ପୁରସ୍କାର୨୦୨୫”ରେ ପ୍ରଥମ ପୁରସ୍କାର ଗ୍ରହଣ କରିଛନ୍ତି। ଜାତୀୟ କୃଷି ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀଠାରେ ଗତ ଜାନୁଆରୀ ୧୪ ତାରିଖ ଦିନ ଏକ ସ୍ଵତନ୍ତ୍ର ଉତ୍ସବରେ ମାନ୍ୟବର କେନ୍ଦ୍ରୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କଠାରୁ ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବିଶ୍ଵାଳ ଓ ସମିତିର ବୈଷୟିକ ପରାମର୍ଶଦାତା ତଥା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରସୁଲପୁର ଡାଃ ଜ୍ୟୋତି ରଞ୍ଜନ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଁ ସମିତିର ସମ୍ପାଦକ ଶ୍ରୀ ବିଶ୍ଵାଳ, ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ସମିତି ଭୁବନେଶ୍ଵରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଃ ସଂଜୀବ କୁମାର ପଟେଲ, ଉପନିର୍ଦ୍ଦେଶକ ଡାଃ ସୌମେନ୍ଦ୍ର ଧଳ, ଜିଲ୍ଲା ପ୍ରଶାସନ ଯାଜପୁର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯାଜପୁର ଡାଃ ସୁବ୍ରତ ମହାପାତ୍ର ଗୋ ପ୍ରଜାତିର ସଂରକ୍ଷଣ ପାଇଁ ଜିଲ୍ଳା କାର୍ଯ୍ୟ କରିଥିବା ସମସ୍ତ କର୍ମକର୍ତ୍ତା ଓ ଗୋ ପାଳକମାନଙ୍କୁ ଶ୍ରେୟ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking