27.1 C
Bhubaneswar
Sunday, July 7, 2024
Homeଓଡିଶାଭିଜିଲାନ୍ସ ଜାଲରେ ଫସିଗଲେ ବିଞ୍ଝାରପୁର ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ଫସିଗଲେ ବିଞ୍ଝାରପୁର ଥାନା ଏସ୍‌ଆଇ

ଯାଜପୁର : ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ କେଶବ ଚନ୍ଦ୍ର ଦାସ । । ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବୁଧ ବାର ଅପରାହ୍ନରେ ମାଡ଼ି ବସିଛନ୍ତି । ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ବିଭାଗ ହାତ ରେ ଧାରା ପଡିଛନ୍ତି l ସୂସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଶ୍ରୀ ଦାଶ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ । ପରେ ଭିଜିଲାନ୍ସ ଏହାର ଜାଲ ବିଛାଇଥିଲା । ଯୋଜନା ଅନୁସାରେ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ଅନ୍ୟପଟେ କଟକ ଜଗତପୁରର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking