23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିଲ୍‌କିସ୍ ବାନୋ ମାମଲା: ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟର ପୁନର୍ବିଚାର ଆବେଦନ ଖାରଜ

ବିଲ୍‌କିସ୍ ବାନୋ ମାମଲା: ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟର ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋ ମାମଲାରେ ଗୁଜରାଟ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଏହି ଘଟଣାର ସମସ୍ତ ଦୋଷୀଙ୍କୁ ପୁନଃ ଜେଲ୍‌ଦଣ୍ଡାଦେଶ ଦିଆଯିବା ଏବଂ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ପୂର୍ବ ମନ୍ତବ୍ୟ ଉପରେ ସମୀକ୍ଷା କରାଯିବା ପାଇଁ ଗୁଜରାଟ ସରକାର କରିଥିବା ଆବେଦନକୁ ଗୁରୁବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାର ଆବେଦନକୁ ଖାରଜ କରି କହିଛନ୍ତି ଯେ, ଯେଉଁ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ଓ ଏହାସହ ଯେଉଁ ଦସ୍ତାବିଜ୍ ରହିଛି, ସେସବୁକୁ ଭଲ ଭାବେ ଦେଖିବା ପରେ ଆମେ ହୃଦୟଙ୍ଗମ କରିଛୁ ଯେ, ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ କିମ୍ବା ରିଭ୍ୟୁ ପିଟିସନର କୌଣସି ପ୍ରାସଙ୍ଗିକତା ନାହିଁ। ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।
୨୦୨୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍ ବାନୋଙ୍କୁ ଗଣ ଦୁଷ୍କର୍ମ କରାଯିବା ସହ ପରିବାର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଦୁଷ୍କର୍ମ ପୀଡିତା ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା। ସେତେବେଳେ ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ୧୧ ଜଣଙ୍କୁ ଗୁଜରାଟ ସରକାର ସାମୂହିକ ଭାବେ କ୍ଷମା ପ୍ରଦାନ କରି ଜେଲରୁ ଖଲାସ କରିଥିଲେ। ସ୍ୱତନ୍ତ୍ର କ୍ଷମା ନୀତି ବଳରେ ରାଜ୍ୟ ସରକାର ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ। ତେବେ ଏହାକୁ ନେଇ ବିଲ୍‌କିସ୍ ବାନୋ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ଜାନୁଆରୀ ୧୯ରେ ଗୁଜରାଟ୍ ସରକାରଙ୍କ ଆଦେଶକୁ ଖାରଜ କରିବା ପୂର୍ବକ ସମସ୍ତ ଦୋଷୀଙ୍କୁ ପୁଣିଥରେ ଜେଲ ହାଜତ୍‌କୁ ପଠାଇ ଦେଇଥିଲେ। ଜେଲ୍‌ରୁ ମୁକୁଳିଥିବା ସମସ୍ତ ୧୧ ଦୋଷୀ ଜାନୁଆରୀ ୨୧ ସୁଦ୍ଧା ପୁଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ସୁପ୍ରିମକୋର୍ଟ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦୋଷୀମାନେ ଆଉ କିଛି ଦିନ ସମୟ ମାଗି ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା। ଅନ୍ୟପକ୍ଷେ ଜାନୁଆରୀ ୮ରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟଙ୍କ ତତ୍କାଳୀନ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ଦେଇଥିବା ଉକ୍ତ ବୟାନର ପୁର୍ନବିଚାର କରିବା ପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ ଏହାକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।
ପ୍ରକାଶ, ଆଜିର ଶୁଣାଣି ବେଳେ ଗୁଜରାଟ ସରକାର ଯୁକ୍ତି ରଖି କହିଥିଲେ ଯେ, ସୁପ୍ରିମକୋର୍ଟ ତାଙ୍କ ରାୟରେ ରେକର୍ଡକୁ ନେଇ ତ୍ରୁଟି କରିଥିଲେ। କୋର୍ଟ ରାଜ୍ୟକୁ ଦୋଷୀ ଭାବେ ବିବେଚନା କରିଥିଲେ। ହେଲେ ଏହା ଆଦୌ ଠିକ୍ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ଏପ୍ରକାର ଯୁକ୍ତି ୨ଜଣିଆ ଖଣ୍ଡପୀଠ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking