28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ବିଲକିସ୍ ବାନୋ ମାମଲା; ୨ ଦୋଷୀଙ୍କ ଜାମିନ୍ ଆବେଦନ ଖାରଜ

ସୁପ୍ରିମକୋର୍ଟରେ ବିଲକିସ୍ ବାନୋ ମାମଲା; ୨ ଦୋଷୀଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋ ମାମଲାର ଅନ୍ୟତମ ୨ ଦୋଷୀ  ରାଧେଶ୍ୟାମ ଭଗବାନଦାସ ଓ ରାଜୁ ଭାଇ ବାବୁଲାଲ୍‌ଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏଥିସହ ଆବେଦନକାରୀଙ୍କ ଉପରେ ବିରକ୍ତି ପ୍ରକାଶ ମଧ୍ୟ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା କହିଛନ୍ତି, ଏହା କି ପ୍ରକାର ଆବେଦନ? କ’ଣ ଏପ୍ରକାର ଆବେଦନ ଉପରେ ଶୁଣାଣି କରିବାକୁ ଖଣ୍ଡପୀଠ ବସିବ?
ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ନଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ । କିନ୍ତୁ ସେମାନଙ୍କ ଇଚ୍ଛା ଅଧୁରା ରହିଯାଇଛି । ୨୦୨୨ ସ୍ୱାଧୀନତା ଦିବସ ଅବସରରେ ଗୁଜରାଟ ସରକାର ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କରିଥିଲେ ଏବଂ ଖଲାସ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ  ରାଧେଶ୍ୟାମ ଓ ରାଜୁ ଭାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଧେଶ୍ୟାମ ଓ ରାଜୁ ଭାଇ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେମାନେ ଚ୍ୟାଲେଞ୍ଜ କରିଥିଲେ । ଏଥିସହ ବୃହତ୍ତର ବେଞ୍ଚରେ ସେମାନଙ୍କ କ୍ଷମା ଆବେଦନର ବିଚାର କରିବାକୁ କହିଥିଲେ । ସେମାନେ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ, ସୁପ୍ରିମକୋର୍ଟର ଦୁଇଟି ପୃଥକ୍ ବେଞ୍ଚ ସରକାରଙ୍କ ନୀତି ବିରୋଧରେ ପରସ୍ପର ବିରୋଧୀ ରାୟ ଦେଇଥିଲେ । ୨୦୨୨ ମେ’ ମାସରେ ଗୋଟିଏ ଖଣ୍ଡପୀଠ ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ରାଜ୍ୟକୁ କହିଥିବା ବେଳେ ଅନ୍ୟ ଏକ ବେଞ୍ଚ କହିଥିଲେ ଯେ ଗୁଜରାଟ ନୁହେଁ, ବରଂ ମହାରାଷ୍ଟ୍ର ସରକାର କ୍ଷମା ଦେବାକୁ ହକ୍‌ଦାର । ଫଳରେ ଏହାକୁ ଆଳ କରି ଉଭୟ ଦୋଷୀ ପୁନଃ କ୍ଷମା ଆବେଦନ ଉପରେ ବିଚାର ଶେଷ ହେବା ଯାଏ ଜାମିନରେ ଯିବାକୁ ଚାହିଁଥିଲେ ।
ସୂଚନାଯୋଗ୍ୟ, ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା । ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ । ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking