20.1 C
Bhubaneswar
Monday, February 9, 2026
Homeଓଡିଶାସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ଅଧିକ ସୁଦୃଢ଼ ହେବ:...

ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ଅଧିକ ସୁଦୃଢ଼ ହେବ: ଧର୍ମେନ୍ଦ୍ର ପ୍ରଧାନ

ସିଡ୍‌ନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଗୁରୁବାର ସିଡନୀ ଠାରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏ. ଗିଲ୍ସଙ୍କ ସହ ‘ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ (ଏଆଇଇଏସସି)ରେ ଯୋଗଦେଇଛନ୍ତି। ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ କରିବା ନେଇ ବୈଠକରେ ଫଳପ୍ରଦ ଆଲୋଚନା ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ଦୁଇ ଦେଶ ମଧ୍ୟରେ ଜ୍ଞାନ ବ୍ୟବସ୍ଥାକୁ ସୁଦୃଢ କରିବା, ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ପାରସ୍ପରିକ ପ୍ରାଥମିକତାକୁ ଆଗକୁ ନେବା ତଥା ଏହି କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବାର ଏକ ଭଲ ମାଧ୍ୟମ ହୋଇଛି। ଏହି ବୈଠକ ଉଭୟ ଅଷ୍ଟ୍ରେଲିଆ ଓ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନାରେ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଶିକ୍ଷା ଏବଂ ଦକ୍ଷତା ଭାରତ ଓ ଅଷ୍ଟ୍ରେଲିଆର ଆର୍ôଥକ ସମୃଦ୍ଧିକୁ ମଜଭୁତ୍ କରିବ। ଉଭୟ ଦେଶର ଜନସାଧାରଣ ଏବଂ ଅନୁଷ୍ଠାନ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ ଦିଗରେ ଏହି ବୈଠକ ଏକ ଉତ୍ପେରକ ହେବ।

ସେହିପରି ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏଆଇଇଏସସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ଆବଶ୍ୟକତା, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍କିଲ ଦୂରତାକୁ ହ୍ରାସ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣାକୁ ସୁଦୃଢ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ଅନ୍ୟପକ୍ଷେ ଏଆଇଇଏସସି ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ମଜଭୁତ୍ କରିବ। ଦୁଇ ଦେଶର ସମ୍ପର୍କକୁ ନିବିଡ କରିବା ଏବଂ ୨୦୨୫ରେ ଭାରତରେ ପରବର୍ତ୍ତୀ ଏଆଇଇଏସସି ବୈଠକର ଯୋଜନା କରିବା ପାଇଁ ଉଭୟ ମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଗସ୍ତ କାଳରେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭରସିଟିର ସଦସ୍ୟମାନଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଇନୋଭେସନ ରିସର୍ଚ୍ଚ ୟୁନିଭର୍ସିଟି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ଭଲ ବୁଝାମଣା ହାସଲ କରିଛି। ଏହାବ୍ୟତିତ ଶ୍ରୀ ପ୍ରଧାନ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆରେ ଭାରତୀୟ ପାରମ୍ପରିକ ଜ୍ଞାନ ଓ ସଂସ୍କୃତିକୁ ବଞ୍ଚାଇ ରଖି ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ପ୍ରଚାର କରିଥିବାରୁ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆର କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking