19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶକାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । ବାଇକ୍ ଆରୋହୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମିଳିଛି ସୂଚନା । କାରରେ ବାଇକ ସାମାନ୍ୟ ବାଜି ଯିବାରୁ ଏହାକୁ ନେଇ ବାଇକ ଆରୋହୀଙ୍କୁ ଗୋଡ଼ାଇ ଗାଡ଼ାଇ କାର ଚଢ଼ାଇ ଦେଲେ ଦମ୍ପତି । କାରରେ ଥିବା ଦୁଇ ଅଭିଯୁକ୍ତ ହେଲେ ମନୋଜ କୁମାର ଓ ତାଙ୍କ ପତ୍ନୀ ଆରତୀ ଶର୍ମା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଙ୍ଗାଳୁରୁର ପୁଟେନାହାଲି ଅଞ୍ଚଳରେ ଗତ ୨୫ ତାରିଖରେ ଏହି ଘଟଣା ଘଟିଛି ।

ଏହି ଦୁର୍ଘଟଣରେ ବାଇକରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଇକ ଆରୋହୀ ଦର୍ଶନ । ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଇକକୁ ୨ କିଲୋମିଟର ଗୋଡ଼ାଇବା ପରେ କାରରେ ଧକ୍କା ଦେଇଥିଲେ ଦମ୍ପତି । ଧକ୍କା ଦେବା ପରେ କାର ନେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ପରେ ମାସ୍କ ପିନ୍ଧି ଘଟଣା ସ୍ଥଳକୁ ଆସି ସେଠାରେ ଭାଙ୍ଗି ପଡ଼ିଥିବା କାରର ପାର୍ଟସ ନେଇ ପଳାଇଥିଲେ । ପ୍ରଥମେ ଦୁର୍ଘଟଣା ମାମଲା ରୁଜୁ କରିଥିବା ପୋଲିସ ପରେ ହତ୍ୟା ମାମଲାରେ ପରିବର୍ତ୍ତିତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking