26.1 C
Bhubaneswar
Sunday, December 7, 2025
Homeଓଡିଶାସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ାଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଚିନାରୀଗୁଡା ଛକ ନିକଟରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଶିନଗର ବ୍ଲକ ଅନ୍ତର୍ଗତ ଟାଙ୍କୁଆଗୁଡ଼ା ଗ୍ରାମର ବୁଡୁ ଶବର।ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟାରେ ମୃତକ ଜଣକ କୌଣସି କାମରେ ସମ୍ପର୍କୀୟ ଝିଆରୀଙ୍କ ସହ ଗୁଣପୁର ଆସି ବାଇକ ଯୋଗେ ଘରକୁ ଫେରିବା ସମୟରେ ଚିନାରୀଗୁଡ଼ା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଗୁଣପୁର ପୁଲିସ ଘଟନା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ବୁଡୁ ଶବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ଜବତ କରିବା ସହ ଗୁଣପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking