18.1 C
Bhubaneswar
Sunday, December 21, 2025
Homeଓଡିଶାବାଇକ-ସ୍କୁଟି ଧକ୍କା: ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ବାଇକ-ସ୍କୁଟି ଧକ୍କା: ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସହର ସ୍ଥିତ ଚାନ୍ଦମା ଛକରେ ଆଜି ସକାଳ ୧୧ ଟା ବେଳେ ଏକ ବାଇକ ସହ ସ୍କୁଟିର ମୁହାଁମୁହିଁ ଧକାରେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଆଜି ସକାଳ ୧୧ ଟା ବେଳେ ଚାନ୍ଦମା ଛକରେ ବାଇକ ଯାଜପୁର ରୋଡ଼ ପଟୁ ଆସୁଥିବା ଏକ ସ୍କୁଟି ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ସ୍କୁଟି ଟି ଭାଙ୍ଗି ଚୁରମାର ହୋଇଯାଇଥିଲା ଏବଂ ସ୍କୁଟି ଚାଳକ ଗୁରୁତ୍ତର ଆହତ ହୋଇ ପଡ଼ିଥିବା ବେଳେ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିଲେ l ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଅଗ୍ନିଶମ ବିଭାଗ ଓ ଯାଜପୁର ରୋଡ଼ ଥାନାକୁ ସୂଚନା ଦେଇଥିଲେ l ତେବେ ସ୍କୁଟି ଚାଳକଙ୍କୁ ଯାଜପୁର ରୋଡ଼ ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ରରକୁ ପଠାଇଥିଲେ l ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ୨ଟି ବାଇକ ଜବତ କରିବା ସହ ସମ୍ପୃକ୍ତ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖିଛି l ଏବଂ କୋରେଇ ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ସ୍ଥାନୀୟ ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି l ତେବେ ସ୍କୁଟି ଚାଳକ ଜଣକ କହ୍ନେଇ ପୁର ଅଞ୍ଚଳର ଅମୁଲ୍ୟ ପାଣି ହୋଇଥିବା ବେଳେ ତାଙ୍କ ବୟସ ୭୩ ବର୍ଷ l ଅନ୍ୟପଟେ ବାଇକ ଚାଳକଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ସାତକୋଶିଆ ଅଞ୍ଚଳର ଗଣେଶ ନାୟକ ବୋଲି ଜଣାପଡିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking