26.1 C
Bhubaneswar
Saturday, December 13, 2025
Homeଓଡିଶାବାଇକ୍ - ସ୍କୁଟି ଧକ୍କା: ୩ ମୃତ

ବାଇକ୍ – ସ୍କୁଟି ଧକ୍କା: ୩ ମୃତ

କେନ୍ଦୁଝର: କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ ସ୍କୁଟି ମହିଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକଙ୍କୁ ଆସନାବାହାଲି ଗାଁର ଦୁଶସାନା ବାରିକ (୪୦) ଏବଂ ଲକ୍ଷ୍ମଣ ସେନାପତି (୨୫) ଏବଂ ବଳଭଦ୍ରପୁରର ମନୋଜ କୁମାର ଡାଲୀ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସାରୁପଟା ନିକଟରେ ନ୍ନ୍‌ପସି – ପାଣ୍ଡପଡା ରାସ୍ତାରେ ଦୁଇଟି ଦୁଇ ଚକିଆ ଯାନ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ବଳଭଦ୍ରପୁରର ରାଜା ନାୟକ ଏବଂ ଆସନବାହାଲିର ରାହୁଲ ନାୟକଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି କେଉଁଝର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଶନିବାର ଢେଙ୍କିକୋଟ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking