21.1 C
Bhubaneswar
Wednesday, February 4, 2026
Homeଓଡିଶାଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ବାଇକ୍‌ ଆରୋହୀ ମୃତ

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌: ବାଇକ୍‌ ଆରୋହୀ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କୁ ମୁକୁନ୍ଦପୁର ଗ୍ରାମର ବାସିନ୍ଦା ୨୫ ବର୍ଷୀୟ ଚନ୍ଦ୍ର ଶେଖର ପାତ୍ର ବୋଲି ଚିହ୍ନଟ କରାଯଇଛି। ଗଞ୍ଜାମ ଜିଲ୍ଲା ସ୍ଥିତ ଆସିକାର କର୍ପୁର ନୂଆଗାଁ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଚନ୍ଦ୍ର ଶେଖର ଜିରୋ ନାଇଟ୍ ପାଳନରେ ଯୋଗ ଦେଇ ବାଇକ୍‌ରେ ଘରକୁ ଫେରୁଥିଲେସେହି ସମୟରେ କୋଣସି ଏକ କାରଣବଶତଃ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍ ସହିତ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ସେ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking