31.1 C
Bhubaneswar
Monday, February 16, 2026
Homeଓଡିଶାଗଛରେ ପିଟି ହେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଗଛରେ ପିଟି ହେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ଜଗନ୍ନାଥ ପୁର ଥାନା ଅନ୍ତର୍ଗତ ସିଆଲଯୋଡାରେ ଗଛରେ ପିଟି ହେଲା ବାଇକ୍। ଜଣେ ମୃତ ଜଣେ ଗୁରୁତର। ମୃତକ ଚମ୍ପୁଆ ଧଳାଡିହର ପ୍ରଶାନ୍ତ ଗିରି। ଆହତ ଚମ୍ପୁଆ ଏଲଆଇସି କୋଲୋନୀର ରଜତ ରଜକ । ଦୁହେଁ ଗତକାଲି ନିକଟସ୍ଥ ରାମତୀର୍ଥ ଶିବମନ୍ଦିର କୁ ଜାଗର ଜାଳିବାକୁ ଯାଇ ରାତିରେ ଆଉ ଫେରିନଥିଲେ। ଆଜି ସକାଳୁ ସିଆଲଯୋଡା ନିକଟରେ ରାସ୍ତା କଡ଼ରେ ପଡିଥିବା ସିଆଲଯୋଡାର ମର୍ଣିଙ୍ଗ ଓ୍ବାକରେ ଯାଇଥିବା କିଛି ବ୍ୟକ୍ତି ଦେଖି ଖବର ଦେବା ପରେ ତାଙ୍କୁ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଛି। ଏଠାରେ ପ୍ରଶାନ୍ତ କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ଗୁରୁତର ଅବସ୍ଥାରେ ରଜତକୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking