ଯାଜପୁର: ଯାଜପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସାଇକେଲକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି । ସାଇକେଲ ଚାଳକଙ୍କୁ ନଗୁଆଁ ଗ୍ରାମର ୭୦ ବର୍ଷୀୟ ଭୁବନାନନ୍ଦ ନାୟକ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, କୋରେଇ ଥାନା ୨୦ନଂ ଜାତୀୟ ରାଜପଥ ତଳଗଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡାଇଭର୍ସନ ନିକଟରେ ସାଇକେଲକୁ ଧକ୍କା ଦେଇଥିଲା ବାଇକ୍ । ଏହି ଦୁର୍ଘଟଣାରେ ସାଇକେଲ ଚାଳକଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









